ଭୁବନେଶ୍ବର: ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ସହ ସ୍ବର ମିଳାଇଲେ ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର। ବୈଜୟନ୍ତଙ୍କ ଓଡିଶାର ଆଇନ ବ୍ୟବସ୍ଥାକୁ ପାକିସ୍ତାନ ସହ ତୁଳନା କରିବା ଉକ୍ତିକୁ ବାସ୍ତବିକ କହିଛନ୍ତି ଜୟ ନାରାୟଣ ।
ଦିନ ଦ୍ବିପ୍ରହର ଭୁବନେଶ୍ବରରେ ଲୁଟପାଟ ଚାଲିଛି। ଯେଉଁମାନେ ସରକାରଙ୍କ ବିରୋଧରେ ଯାଉଛନ୍ତି, ସରକାର ତାଙ୍କୁ ଅକଥନୀୟ ଅତ୍ୟାଚାର କରିବାକୁ ପଛାଉ ନାହାଁନ୍ତି। ପାକିସ୍ତାନରେ ଆର୍ମି ହେଲା ସବୁ କିଛି, ଏଠି ବ୍ୟୁରୋ କ୍ରାଟ ସବୁକିଛି। ଫରକ କିଛି ନାହିଁ। ବୈଜୟନ୍ତ ପଣ୍ଡା ଠିକ୍ କହିଛନ୍ତି ବୋଲି ବିଜେପି ବିଧାୟକ ଦର୍ଶାଇଛନ୍ତି ।