ଓଡିଶା

odisha

ମିଶନ ଶକ୍ତି ଏକ ଯୋଜନା ନୁହେଁ, ଅଭିଯାନ: ସୁଜାତା କାର୍ତ୍ତିକେୟନ

By

Published : Jun 2, 2022, 9:43 PM IST

ମିଶନ ଶକ୍ତି ଏକ ଯୋଜନା ନୁହେଁ, ଏହା ଏକ ବିରାଟ ଅଭିଯାନ । ଏହା ମହାସମୁଦ୍ରରେ ପରିଣତ ହୋଇଥିବା କହିଲେ ମିଶନ ଶକ୍ତି ବିଭାଗ ସଚିବ ସୁଜାତା କାର୍ତ୍ତିକେୟନ ପାଣ୍ଡିଆନ । ଅଧିକ ପଢନ୍ତୁ

ମିଶନ ଶକ୍ତି ଏକ ଯୋଜନା ନୁହେଁ, ଅଭିଯାନ: ସୁଜାତା କାର୍ତ୍ତିକେୟନ
ମିଶନ ଶକ୍ତି ଏକ ଯୋଜନା ନୁହେଁ, ଅଭିଯାନ: ସୁଜାତା କାର୍ତ୍ତିକେୟନ

ଭୁବନେଶ୍ବର: ମିଶନ ଶକ୍ତି ଏକ ଯୋଜନା ନୁହେଁ, ଏହା ଏକ ବିରାଟ ଅଭିଯାନ । ଏହା ମହାସମୁଦ୍ରରେ ପରିଣତ ହୋଇଛି । 60 ଲକ୍ଷରୁ ଅଧିକ ମହିଳା ଏହି ଅଭିଯାନରେ ସାମିଲ ହୋଇଛନ୍ତି । ମହିଳାଙ୍କ ବିକାଶର ନୂଆ ସମ୍ଭାବନା ସୃଷ୍ଟି ହୋଇଛି । ସାମାଜିକ, ଅର୍ଥନୈତିକ ଓ ରାଜନୈତିକ କ୍ଷେତ୍ରରେ ବିକଶିତ ହେଲେ ମହିଳା ସଶକ୍ତିକରଣ ହୋଇପାରିବ । ଏପରି କହିଛନ୍ତି ମିଶନ ଶକ୍ତି ବିଭାଗର ସଚିବ ସୁଜାତା କାର୍ତ୍ତିକେୟନ ପାଣ୍ଡିଆନ ।

ମିଶନ ଶକ୍ତି ଏକ ଯୋଜନା ନୁହେଁ, ଅଭିଯାନ: ସୁଜାତା କାର୍ତ୍ତିକେୟନ

ପଞ୍ଚାୟତିରାଜ ଜନ ପ୍ରତିନିଧିଙ୍କୁ ମିଶନ ଶକ୍ତି ସଚିବଙ୍କ ମନ୍ତ୍ର । ମହିଳା ସଶକ୍ତିକରଣ ବିନା ରାଜ୍ୟ ଆଗକୁ ବଢି ପାରିବ ନାହିଁ । ମୁଖ୍ୟମନ୍ତ୍ରୀଙ୍କ ଏହି ବାର୍ତ୍ତାକୁ ନେଇ ଆଗକୁ ବଢୁଛି ମିଶନ ଶକ୍ତି ବିଭାଗ । ମିଶନ ଶକ୍ତି ବିଭାଗ ପକ୍ଷରୁ ଆଗାମୀ ଦିନରେ 3 ଟି ପଦକ୍ଷେପ ନିଆଯାଉଛି । ଏସଏଚଜି ମହିଳାଙ୍କ ସାମଗ୍ରୀର ମାର୍କେଟିଂକୁ ଗୁରୁତ୍ୱ ଦିଆଯାଉଛି । 500 ଟି ମିଶନ ଶକ୍ତି ବଜାର ପ୍ରତିଷ୍ଠା ହେବ । ଏହା 3 ବର୍ଷରେ ତିଆରି କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହା ସହ ଓଡ଼ିଶାର ମହିଳାଙ୍କ ଦ୍ୱାରା ତିଆରି ଉତ୍ପାଦ ବିଦେଶରେ ବି ବିକ୍ରି ହେବ । ଏ ନେଇ ବ୍ୟବସ୍ଥା କରାଯାଉଛି । ସୁସ୍ୱାଦୁ ଖାଦ୍ୟପେୟ ଲାଗି ବ୍ଲକ ସ୍ତରରେ 500 ମିଶନ ଶକ୍ତି କାଫେ ତିଆରି ହେବ ବୋଲି କାର୍ତ୍ତିକେୟନ କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, SHG ରୁ SME ରେ ପରିଣତ କରିବା ପାଇଁ ପ୍ରକ୍ରିୟା ଜାରିରହିଛି । ମିଶନ ଶକ୍ତି ମହିଳାଙ୍କୁ ଆସନ୍ତା 5 ବର୍ଷରେ 50 ହଜାର କୋଟି ଟଙ୍କା ଋଣ ପ୍ରଦାନ ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି । ଏଥିରେ ନିର୍ବାଚିତ ପ୍ରତିନିଧିଙ୍କର ବଡ଼ ଭୂମିକା ରହିଛି । 50 ପ୍ରତିଶତ ମହିଳା ନିର୍ବାଚିତ ହୋଇଛନ୍ତି । ସେଥିରୁ ଅଧିକାଂଶ ମିଶନ ଶକ୍ତି ଗୋଷ୍ଠୀର ମହିଳା ରହିଛନ୍ତି । ପୂର୍ବରୁ ବ୍ଲକ ଓ ଜିଲ୍ଲାସ୍ତରରେ ମହିଳା ଫେଡେରେସନ ଥିଲା । ଆଗାମୀ ଦିନରେ ଗଠନ ହେବ ରାଜ୍ୟସ୍ତରୀୟ ଫେଡେରେସନ । ଆସନ୍ତା 12 ମାସ ମଧ୍ୟରେ ଏହି ଫେଡେରେସନ ଗଠନ ହେବ । ଏହା ଜରିଆରେ ନିଷ୍ପତ୍ତି ଗ୍ରହଣ କରିବାରେ ମହିଳାଙ୍କ ଭାଗିଦାରୀ ବଢାଇବାକୁ ଲକ୍ଷ୍ୟ ରଖାଯାଇଛି ।


ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details