ଓଡିଶା

odisha

ETV Bharat / city

'ରୋଲ ମଡେଲ୍‌ ହୋଇଛି ସହରାଞ୍ଚଳ ବିକାଶରେ ମିଶନ ଶକ୍ତିର ସହଭାଗୀତା' - ସହରାଞ୍ଚଳ ବିକାଶରେ ମିଶନ ଶକ୍ତିର ସହଭାଗୀତା

ମିଶନ୍ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀ (SHG) ଓ ଗୃହ ଏବଂ ନଗର ଉନ୍ନୟନ ବିଭାଗ ମଧ୍ୟରେ ଏକ ପ୍ରଭାବଶାଳୀ ସହଭାଗୀତା ବର୍ତ୍ତମାନ ରାଜ୍ୟରେ ମହିଳାଗୋଷ୍ଠୀ ଏବଂ ମହିଳା ନେତୃତ୍ୱାଧୀନ ସହରାଞ୍ଚଳ ବିକାଶ ମଡେଲକୁ ଆଗକୁ ବଢ଼ାଉଛି । ଅଧିକ ପଢନ୍ତୁ...

'ରୋଲ ମଡେଲ୍‌ ହୋଇଛି ସହରାଞ୍ଚଳ ବିକାଶରେ ମିଶନ ଶକ୍ତିର ସହଭାଗୀତା'
'ରୋଲ ମଡେଲ୍‌ ହୋଇଛି ସହରାଞ୍ଚଳ ବିକାଶରେ ମିଶନ ଶକ୍ତିର ସହଭାଗୀତା'

By

Published : Sep 12, 2021, 7:01 PM IST

ଭୁବନେଶ୍ବର: ମିଶନ୍ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀ (SHG) ଓ ଗୃହ ଏବଂ ନଗର ଉନ୍ନୟନ ବିଭାଗ ମଧ୍ୟରେ ଏକ ପ୍ରଭାବଶାଳୀ ସହଭାଗୀତା ବର୍ତ୍ତମାନ ରାଜ୍ୟରେ ମହିଳାଗୋଷ୍ଠୀ ଏବଂ ମହିଳା ନେତୃତ୍ୱାଧୀନ ସହରାଞ୍ଚଳ ବିକାଶ ମଡେଲକୁ ଆଗକୁ ବଢ଼ାଉଛି । ଏହି ମଡେଲ ୧୬,ହଜାରରୁ ଅଧିକ ମିଶନ୍ ଶକ୍ତି ମହିଳା ଏବଂ ଅନ୍ୟାନ୍ୟ ସମ୍ବେଦନଶୀଳ ଗୋଷ୍ଠୀକୁ ସଶକ୍ତ ଓ ଆତ୍ମନିର୍ଭର କରିପାରିଛି । ମହିଳା ଗୋଷ୍ଠୀଗୁଡିକ ବର୍ତ୍ତମାନ ସେବା ବିତରଣରେ ଏବଂ ସହରୀ ବିକାଶ କାର୍ଯ୍ୟକ୍ରମରେ ଅଂଶୀଦାର ଭାବରେ କାର୍ଯ୍ୟ କରୁଛନ୍ତି । କଠିନ ଏବଂ ତରଳ ବର୍ଜ୍ୟବସ୍ତୁ ପରିଚାଳନା, ଜଳ ଯୋଗାଣ ଠାରୁ ରିହାତି ଯୁକ୍ତ ଖାଦ୍ୟ କାର୍ଯ୍ୟକ୍ରମ ଏବଂ ଜୀବିକା ର୍ନିବାହ ପର୍ଯ୍ୟନ୍ତ ସବୁଥିରେ ଏମାନଙ୍କ ଯୋଗଦାନ ରହୁଛି ।

'ରୋଲ ମଡେଲ୍‌ ହୋଇଛି ସହରାଞ୍ଚଳ ବିକାଶରେ ମିଶନ ଶକ୍ତିର ସହଭାଗୀତା'

ମିଶନ ଶକ୍ତି ମହିଳା SHG ମାଧ୍ୟମରେ ସହରୀ ସେବା ବିତରଣରେ ଗୋଷ୍ଠୀ ଯୋଗଦାନ ବର୍ତ୍ତମାନ ଏକ ଅଣ-ବୁଝାମଣାକାରୀ ଏଜେଣ୍ଡା । ମୁଖ୍ୟମନ୍ତ୍ରୀଙ୍କ ତତ୍ତ୍ବବଧାନରେ ଚାଲିଥିବା ଏହି କାର୍ଯ୍ୟକ୍ରମ ମାଧ୍ୟମରେ ମହିଳା ନେତୃତ୍ତ୍ବାଧୀନ ଗୋଷ୍ଠୀର ପଦକ୍ଷେପ, ମହିଳାମାନଙ୍କର ସାମାଜିକ-ଅର୍ଥନୈତିକ ସଶକ୍ତିକରଣ ଏବଂ ଏକ ଦୃଢ ଅର୍ଥନୀତି ପାଇଁ ଉଦ୍ୟୋଗ ବିକାଶ ପାଇଁ ଆଗେଇ ଆସିଛି । ୧୩,୫୦୦ ରୁ ଅଧିକ ମିଶନ ଶକ୍ତି ଏସଏଚ୍‍ଜି ଗୁଡିକ ବର୍ତ୍ତମାନ ସହରୀ ରୋଜଗାର ସୃଷ୍ଟିକାରୀ ଯୋଜନା ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ (ମୁକ୍ତା) କାର୍ଯ୍ୟକାରୀ କରିବାରେ ସହଭାଗୀ ତଥା କାର୍ଯ୍ୟକାରୀ ସଂସ୍ଥା ଭାବରେ ନିୟୋଜିତ ଅଛନ୍ତି । ଏହାକୁ ନେଇ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି ।

'ରୋଲ ମଡେଲ୍‌ ହୋଇଛି ସହରାଞ୍ଚଳ ବିକାଶରେ ମିଶନ ଶକ୍ତିର ସହଭାଗୀତା'
ମହିଳା SHG ପାଇଁ ଏହି ଯୋଜନାରେ ମିଶନ୍ ଶକ୍ତି ଗୋଷ୍ଠୀ ଏବଂ ସେମାନଙ୍କ ମହାସଂଘ ମାଧ୍ୟମରେ କାର୍ଯ୍ୟକାରୀ ଏଜେନ୍ସି ଭାବରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପ୍ରକଳ୍ପ ସିଧାସଳଖ କାର୍ଯ୍ୟକାରୀ ହେଉଛି । ଗତ ୧୫ ମାସ ମଧ୍ୟରେ ରାଜ୍ୟର ୧୧୪ ପୌରାଞ୍ଚଳ ମଧ୍ୟରେ ସହର ସୌନ୍ଦର୍ଯ୍ୟକରଣ ଏବଂ ଖୋଲା ସ୍ଥାନର ବିକାଶ ଭଳି ପ୍ରକଳ୍ପ ସଫଳତାର ସହ କାର୍ଯ୍ୟକାରୀ ହୋଇଛି । ନିକଟରେ ସାରା ରାଜ୍ୟରେ ୧୦ ହଜାର ବର୍ଷାଜଳ ଅମଳ ସଂରଚନା ସୃଷ୍ଟି କରିବାରେ SHG ଗୁଡ଼ିକ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ମୁକ୍ତା କାର୍ଯ୍ୟକ୍ରମରେ ବିକାଶମୂଳକ ପ୍ରକଳ୍ପଗୁଡିକ କାର୍ଯ୍ୟକାରୀ କରିବାକୁ ମିଶନ୍ ଶକ୍ତି ଗୋଷ୍ଠୀକୁ ସକ୍ଷମ କରିବାକୁ ସେମାନଙ୍କୁ ଶୂନ ସୁଧ ହାର ସହିତ କାର୍ଯ୍ୟକାରୀ ପୁଞ୍ଜି ପାଇଁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ସହାୟତା ପ୍ରଦାନ କରାଯିବ । ମିଶନ୍ ଶକ୍ତି ଏସଏଚ୍‍ଜି ଏବଂ କିନ୍ନର ଗୋଷ୍ଠୀଗୁଡିକ ମଧ୍ୟ କଠିନ ଏବଂ ତରଳ ବର୍ଜ୍ୟବସ୍ତୁ ପରିଚାଳନା କ୍ଷେତ୍ରରେ ଏକତ୍ର କାର୍ଯ୍ୟ କରୁଛନ୍ତି । ଯାହା ପରିମଳ କ୍ଷେତ୍ରରେ ପ୍ରମୁଖ ସେବା ପ୍ରଦାନକାରୀ ଭାବରେ ଉଭା ହୋଇଛି । ସମୁଦାୟ ୨,୩୭୮ ଏସଏଚ୍‍ଜି ବର୍ତ୍ତମାନ କଠିନ ବର୍ଜ୍ୟବସ୍ତୁ ପୃଥକୀକରଣ, ସଂଗ୍ରହ, ପରିବହନ, ପୁନଃ ବ୍ୟବହାର ଏବଂ ନିଷ୍କାସନ କାର୍ଯ୍ୟରେ ନିୟୋଜିତ । ସ୍ୱଚ୍ଛ ସୁପରଭାଇଜର, ସ୍ୱଚ୍ଛ ସାଥି ଭାବରେ ନିୟୋଜିତ ହେବା ବ୍ୟତୀତ ସେମାନେ ବ୍ୟାଟେରୀ ଚାଳିତ ଯାନ ଏବଂ ମାଇକ୍ରୋ କମ୍ପୋଷ୍ଟିଂ କେନ୍ଦ୍ର, ମାଇକ୍ରୋ ପୁନରୁଦ୍ଧାର ସୁବିଧା ଏବଂ ର୍ନିମାଣ କାର୍ଯ୍ୟରୁ ବାହାରୁଥିବା ବର୍ଜ୍ୟବସ୍ତୁ ପରିଚାଳନା ପ୍ଲାଣ୍ଟ ମଧ୍ୟ ଚଳାଉଛନ୍ତି । ସେହିଭଳି, ସେମାନେ ଉପଭୋକ୍ତା ଫିସ୍ ମଧ୍ୟ ସଂଗ୍ରହ କରିଛନ୍ତି ।
'ରୋଲ ମଡେଲ୍‌ ହୋଇଛି ସହରାଞ୍ଚଳ ବିକାଶରେ ମିଶନ ଶକ୍ତିର ସହଭାଗୀତା'


ସେପ୍ଟେଜ ଟ୍ରିଟମେଣ୍ଟ ପ୍ଲାଣ୍ଟର ମହିଳା ଏବଂ କିନ୍ନର ଏସଏଚ୍‍ଜିମାନଙ୍କୁ ସେମାନଙ୍କର ସାମାଜିକ-ଅର୍ତନୈତିକ ସଶକ୍ତିକରଣ ସୁନିଶ୍ଚିତ କରି ଓଡ଼ିଶା ଏକ ବଡ ସଫଳତା ପାଇଛି । ଗୋଷ୍ଠୀଗୁଡିକ ଏକ ବର୍ଷରୁ ସଫଳତାର ସହିତ ଏହାର ପରିଚାଳନା କରିଆସୁଛନ୍ତି । ଏହିପରି ୩୫ ଟି ଗୋଷ୍ଠୀ ବର୍ତ୍ତମାନ ୩୪ ଟି ନୂତନ କାରଖାନା ପରିଚାଳନା ପାଇଁ ତାଲିମ ପ୍ରାପ୍ତ ହୋଇଛନ୍ତି । SHG ଗୁଡ଼ିକ ରାଜ୍ୟରେ ୧୫୦ ରୁ ଅଧିକ ଗୋଷ୍ଠୀ ଏବଂ ସାଧାରଣ ଶୌଚାଳୟ ପରିଚାଳନା କରୁଛନ୍ତି । କିଛି ସହରରେ ଶୌଚାଳୟ ବର୍ଜ୍ୟବସ୍ତୁକୁ ସୁରକ୍ଷିତ ଭାବେ ସଫା କରିବା ଏବଂ ପରିବହନ ପାଇଁ ସେସପୁଲ୍ ଯାନ ଚଳାଉଛନ୍ତି ।

ମହିଳା ସଂଗଠନଗୁଡିକ ସଫଳତାର ସହ ଆହାର କେନ୍ଦ୍ର ମଧ୍ୟ ପରିଚାଳନା କରୁଛନ୍ତି । ଯାହା ସହରୀ ଗରିବ ଲୋକଙ୍କୁ ରିହାତି ଯୁକ୍ତ ଖାଦ୍ୟ ଯୋଗାଇଥାଏ । ସମୁଦାୟ ୧୫୭ SHG ସହଭାଗୀ ଭାବରେ ନିୟୋଜିତ ହୋଇଥିବାବେଳେ ୬ଟି SHG ସମ୍ପୂର୍ଣ୍ଣ ଭାବେ ନିୟୋଜିତ ଅଛନ୍ତି । ଗୃହ ଓ ନଗର ଉନ୍ନୟନ ବିଭାଗ ଏବଂ ମିଶନ୍ ଶକ୍ତି ସହରୀ SHG ମଧ୍ୟରେ ସଫଳ ଭାଗିଦାରୀ କେବଳ ମହିଳା ଏବଂ ଅନ୍ୟାନ୍ୟ ସମ୍ବେଦନଶୀଳ ବର୍ଗଙ୍କ ପାଇଁ ବ୍ୟାପକ ଜୀବିକା ସୁଯୋଗ ପ୍ରଦାନ କରିନାହିଁ ବରଂ ସେମାନଙ୍କର ନେତୃତ୍ୱ ଏବଂ ପରିଚାଳନାଗତ ଦକ୍ଷତା ବୃଦ୍ଧି କରିଛି । ନିୟୋଜିତ ପ୍ରତ୍ୟେକ ଏସ୍‍ଏଚଜି ସଦସ୍ୟ ବର୍ତ୍ତମାନ ଏହି ସହଯୋଗ ମାଧ୍ୟମରେ ମାସକୁ ୪ ହଜାର ରୁ ୧୦ ହଜାର ଟଙ୍କା ରୋଜଗାର କରିପାରୁଛନ୍ତି ।

ପ୍ରମୁଖ ସହରୀ କାର୍ଯ୍ୟକ୍ରମରେ ମିଶନ୍ ଶକ୍ତି SHG ଗୁଡ଼ିକୁ ସୁରୁଖୁରୁରେ ଏବଂ ଦକ୍ଷତାର ସହିତ ଏକୀକୃତ କରିବା ପାଇଁ ପୌର କାର୍ଯ୍ୟକର୍ତ୍ତାମାନେ ନିୟମିତ ଭାବରେ ସଦସ୍ୟମାନଙ୍କୁ ସେମାନଙ୍କ ସ୍ଥାନୀୟ ଅଞ୍ଚଳରେ ସହରୀ ଭିତ୍ତିଭୂମି ବିକାଶରେ ଅଂଶଗ୍ରହଣ ଏବଂ ଯୋଗଦାନ ପାଇଁ ସୁଯୋଗ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟ ସହରାଞ୍ଚଳ ବିକାଶ ଏଜେନ୍ସି (SUDA) ନିୟମିତ ଭାବରେ ଗୋଷ୍ଠୀଗୁଡିକ ପାଇଁ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଆୟୋଜନ କରିଥାଏ । ସହରାଞ୍ଚଳ ବିକାଶ କ୍ଷେତ୍ରରେ ଗୋଷ୍ଠୀ ଯୋଗଦାନର ଓଡ଼ିଶା ମଡେଲ୍ ମହିଳା ସଶକ୍ତିକରଣକୁ ପାରମ୍ପରିକ ଅଣକୁଶଳୀ ବା ଅର୍ଦ୍ଧକୁଶଳୀ ଅର୍ଥନୈତିକ କାର୍ଯ୍ୟକଳାପ ଜରିଆରେ ଉଚ୍ଚ-ବୈଷୟିକ ଏବଂ ପରିଚାଳନାଗତ ସ୍ତରକୁ ନେଇଛି । ଅନ୍ୟ ରାଜ୍ୟମାନଙ୍କ ପାଇଁ ଏହାଏକ ଉଦାହରଣ ଭାବରେ ଉଭା ହୋଇଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିିଭି ଭାରତ

ABOUT THE AUTHOR

...view details