ଓଡିଶା

odisha

ETV Bharat / city

ମିଶନ ଶକ୍ତି ମେଳା: ମନ ମୋହୁଛି ମାଳ ବାଇଗଣ - ମନ ମୋହୁଛି ମାଳ ବାଇଗଣ

ଶୀତ ଲହରୀ ସାଙ୍ଗକୁ ବାଇଗଣ ପୋଡା ଖାଦ୍ୟର ସ୍ବାଦକୁ ଦ୍ବିଗୁଣିତ କରିଥାଏ । ଯାହାକୁ ନଜରରେ ରଖି ପ୍ରଦର୍ଶନୀ ପଡିଆରେ ଆରମ୍ଭ ହୋଇଥିବା ମିଶନ ଶକ୍ତି ମେଳାରେ ବିକ୍ରି ହେଉଛି ମାଳ ବାଇଗଣ । ଅଧିକ ପଢନ୍ତୁ...

brinjal
ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

By

Published : Dec 15, 2019, 12:40 PM IST

ଭୁବନେଶ୍ବର: ରାଜଧାନୀର ଶୀତୁଆ ସନ୍ଧ୍ୟାରେ ଜୋରଧରୁଛି ମିଶନ ଶକ୍ତି ମେଳା । ଆଉ ଏହି ମେଳାରେ ମନ କିଣୁଛି ଆଦିବାସୀ ଇଲାକାର ମାଳ ବାଇଗଣ । ଏହି ବାଇଗଣରେ ବହୁ ମାତ୍ରାରେ କ୍ୟାଲସିୟମ ଓ ମ୍ୟାଗନେସିୟମ ଥିବାରୁ ଏହାର ଚାହିଦା ଖୁବ ବେଶୀ ବୋଲି କହିଛନ୍ତି ରାଜଧାନୀ ବାସୀ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ରାୟଗଡା ଜିଲ୍ଲାର ବିଷମକଟକ ବ୍ଲକରୁ ଆସିଥିବା ମା' ରମାବାଇ ସ୍ବୟଂ ସହାୟକ ଗୋଷ୍ଠୀ ଏହି ମାଳ ବାଇଗଣକୁ ଆଣି ଲୋକଙ୍କ ପାଖରେ ପହଞ୍ଚାଇଛନ୍ତି । ଯାହାର ମୂଲ୍ୟ ରହିଛି ମାତ୍ର 20 ଟଙ୍କା ।

ସୂଚନାଯୋଗ୍ୟ ଯେ, ଶକ୍ତି ନିର୍ଦ୍ଦେଶାଳୟ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ରାଜ୍ୟରେ ପ୍ରଥମ ଥର ଏହି ମେଳାର ଆୟୋଜନ କରିଛି । ରାଜଧାନୀ ଭୁବନେଶ୍ବର ସ୍ଥିତ ପ୍ରଦର୍ଶନୀ ପଡିଆରେ ଏହା ଡିସେମ୍ବର 5ରୁ ଆରମ୍ଭ ହୋଇ ଆସନ୍ତା 16 ଡିସେମ୍ବର ପର୍ଯ୍ୟନ୍ତ ଚାଲିବ । ମେଳାରେ ସର୍ବମୋଟ 200ଟି ଷ୍ଟଲରେ 400 ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ନିଜର ହାତ ତିଆରି ଜିନିଷ ବିକ୍ରି କରୁଛନ୍ତି । ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

ABOUT THE AUTHOR

...view details