ଓଡିଶା

odisha

ETV Bharat / city

ପ୍ରଦର୍ଶନୀ ପଡିଆରେ ପ୍ରଦର୍ଶନ ହେବ ଗାଁ ହାତ ତିଆରି ସାମଗ୍ରୀ

ପ୍ରଦର୍ଶନୀ ପଡିଆରେ ଆୟୋଜିତ ହେବାକୁ ଯାଉଛି ମିଶନ ଶକ୍ତି ମେଳା। ଏହି ମେଳା ଡିସେମ୍ବର ୫ରୁ ୧୬ ପର୍ଯ୍ୟନ୍ତ ଅନୁଷ୍ଠିତ କରାଯିବ। ଏଥିରେ ୩୦୦ କିସମର ବିବିଧ ଗାଁ ସାମଗ୍ରୀର ପସରା ଦେଖିବାକୁ ମିଳିବ। ଅଧିକ ଖବର ପଢନ୍ତୁ...

Mission shakti mela
ପ୍ରଦର୍ଶନୀ ପଡିଆରେ ପ୍ରଦର୍ଶନ ହେବ ଗାଁ ହାତ ତିଆରି ସାମଗ୍ରୀ

By

Published : Dec 3, 2019, 9:23 PM IST

ଭୁବନେଶ୍ବର:ରାଜଧାନୀର ପଦର୍ଶନୀ ପଡିଆରେ ଆୟୋଜିତ ହେବାକୁ ଯାଉଛି ମିଶନ ଶକ୍ତି ମେଳା। ଏହି ମେଳା ଡିସେମ୍ବର ୫ରୁ ୧୬ ପର୍ଯ୍ୟନ୍ତ ଅନୁଷ୍ଠିତ କରାଯିବ। ଏଥିରେ ୩୦ଟି ଜିଲ୍ଲାର ପ୍ରାୟ ୨୫୦ ଏସଏଚଜି ଗ୍ରୁପ, ୫୦୦ ମହିଳା ପ୍ରତିଯୋଗୀ ସାମିଲ ହେବେ। ଯେଉଁଠି ୩୦୦ କିସମର ବିବିଧ ସାମଗ୍ରୀର ପସରା ଦେଖିବାକୁ ମିଳିବ।

ଏହି ମିଶନ ଶକ୍ତି ମେଳାରେ ସ୍ବୟଂ ସହାୟକ ଗୋଷ୍ଠୀଙ୍କ ଦ୍ବାରା ବିବିଧ ହାତ ତିଆରି ଖାଦ୍ୟ ସାମଗ୍ରୀ ଉପଲବ୍ଧ ହେବ ବୋଲି ରାଜ୍ୟ ମିଶନ ଶକ୍ତି ବିଭାଗ ପକ୍ଷରୁ ଜଣାଇ ଦିଆଯାଇଛି।ରାଜ୍ୟରେ ଥିବା ସ୍ବୟଂ ସହାୟକ ଗୋଷ୍ଠୀର ମହିଳାଙ୍କୁ ସଶକ୍ତ କରି ତାଙ୍କର ଅର୍ଥନୈତିକ ଅଭିବୃଦ୍ଧି ଏବଂ ସ୍ବାବଲମ୍ବୀ କରିବା ପାଇଁ ଏହି ମେଳାର ଆୟୋଜନ କରାଯାଇଥିବା ବୋଲି ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ ଜଣାଇଛନ୍ତି।

ଏହି ମେଳାରେ ୩୦୦ ପ୍ରକାରର ହାତ ତିଆରି ନିତ୍ୟ ବ୍ୟବହାର୍ଯ୍ୟ ଖାଦ୍ୟ ପଦାର୍ଥ ଯାହା ସହରାଞ୍ଚଳରେ ମିଳେନି ସାଧାରଣତଃ ମାଣ୍ଡିଆ, ହଳଦୀ,ଆରିଶା ପିଠା,ମହୁ ମିଳିବ ଏହି ସ୍ଵତନ୍ତ୍ର ମେଳାରେ। ଏଥିରେ ପ୍ୟାକେଜିଙ୍ଗ ବ୍ୟବସ୍ଥା ହୋଇଛି। ଯେଉଁଥିରୁ ପଦାର୍ଥର ସମସ୍ତ ସୂଚନା ଜାଣିହେବ।

ପ୍ରଦର୍ଶନୀ ପଡିଆରେ ପ୍ରଦର୍ଶନ ହେବ ଗାଁ ହାତ ତିଆରି ସାମଗ୍ରୀ

ରାଜ୍ୟରେ ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ବିନା ସୁଧରେ ଋଣ ପ୍ରଦାନ କରାଯାଇଛି। ଏହାସହ ବିଭାଗ ପକ୍ଷରୁ ୧ହଜାର କୋଟିର ପାଣ୍ଠି ଟାର୍ଗେଟ ରଖାଯାଇଛି। ଆସନ୍ତା ଜାନୁଆରୀ ପହିଲାରୁ ଏମଆଇଏସ ସୁବିଧା ଉପଲବ୍ଧ ହେବ। ଆଗାମୀ ଦିନରେ ଡିଜିଟାଲ ଲିଟରାସି କାର୍ଯ୍ୟକ୍ରମ ଟାଟା ଟ୍ରଷ୍ଟ ସହାୟତାରେ ଆରମ୍ଭ କରାଯିବ ବୋଲି ବିଭାଗୀୟ ସଚିବ କହିଛନ୍ତି। ରାଜ୍ୟରେ ଏବେ ପ୍ରାୟ ୬ ଲକ୍ଷ ସ୍ବୟଂ ସହାୟକ ଗୋଷ୍ଠୀ ଅଛନ୍ତି । ୭୦ ଲକ୍ଷ ମହିଳା ଏଥିରେ ସାମିଲ ଅଛନ୍ତି।


ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details