ଭୁବନେଶ୍ବର: ରାଜଧାନୀରେ ଆରମ୍ଭ ହୋଇଛି ମିଶନ ଶକ୍ତି ମେଳା । ଏହି ମେଳାରେ କେବଳ ମହିଳା ଏସଏସଜି ଗ୍ରୁପନିଜର ଜିନିଷ ପତ୍ର ଲୋକଙ୍କୁ ବିକ୍ରି କରିବା ସହ ପ୍ରଦର୍ଶନ କରିବେ । ମିଶନ ଶକ୍ତି ନିର୍ଦ୍ଦେଶାଳୟ, ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ରାଜ୍ୟରେ ପ୍ରଥମ ଥର କରି ଏହି ମେଳାର ଆୟୋଜନ କରିଛି ।
‘ଏଣିକି ମହିଳାଙ୍କୁ ସଶକ୍ତ କରିବ ମିଶନ ଶକ୍ତି ମେଳା’ - ମିଶନ ଶକ୍ତି ମେଳା
ଭୁବନେଶ୍ବରର ପ୍ରଦର୍ଶନୀ ପଡିଆରେ ମିଶନ ଶକ୍ତି ମେଳା ଉଦଘାଟିତ । ଏଥିରେ ସର୍ବମୋଟ 200ଟି ଷ୍ଟଲରେ 400 ମହିଳା ନିଜର ହାତ ତିଆରି ଜିନିଷ ବିକ୍ରି କରିବେ ।

ଏଣିକି ମହିଳାଙ୍କୁ ଶସକ୍ତ କରିବ ମିଶନ ଶକ୍ତି ମେଳା
ଏଣିକି ମହିଳାଙ୍କୁ ଶସକ୍ତ କରିବ ମିଶନ ଶକ୍ତି ମେଳା
ଭୁବନେଶ୍ବର ସ୍ଥିତ ପ୍ରଦର୍ଶନୀ ପଡିଆରେ ମିଶନ ଶକ୍ତି ମେଳା ଗୁରୁବାରଠୁ ଆସନ୍ତା 16 ଡିସେମ୍ବର ପର୍ଯ୍ୟନ୍ତ ଚାଲିବ । ଏଥିରେ ସର୍ବମୋଟ 200ଟି ଷ୍ଟଲରେ 400 ମହିଳା ନିଜର ହାତ ତିଆରି ଜିନିଷ ବିକ୍ରି କରିବେ । ମିଶନ ଶକ୍ତି ମେଳାରେ ଯୋଗ ଦେଇ ଓଡିଶାର ବିକାଶରେ ମହିଳାଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ବୋଲି ମନ୍ତ୍ରୀ ଟୁକୁନି ସାହୁ ପ୍ରତିକ୍ରିୟା ଦେଇଛନ୍ତି । ଆଗକୁ ଏହାକୁ କିପରି ଜିଲ୍ଲାସ୍ତରରେ ପହଞ୍ଚାଇ ହେବ ସେଥିପାଇଁ ପ୍ରୟାସ ହେବ ବୋଲି ସାହୁ କହିଛନ୍ତି ।
ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ