ଭୁବନେଶ୍ବର: ଆରମ୍ଭ ହୋଇଛି ମିଶନ ଶକ୍ତି ମେଳା । ଭୁବନେଶ୍ବର ପ୍ରଦର୍ଶନୀ ପଡିଆରେ ଅନୁଷ୍ଠିତ ହୋଇଥିବା ଏହି ମେଳାରେ ପାରମ୍ପରିକ ଆଦିବାସୀ ଅଳଙ୍କାର କିଣିବା ପାଇଁ ରାଜଧାନୀବାସୀଙ୍କ ଭିଡ଼ ଦେଖିବାକୁ ମିଳିଛି ।
ଡିସେମ୍ବର 5ରୁ ଆରମ୍ଭ ହୋଇଥିବା ଏହି ମେଳାରେ ସାରା ରାଜ୍ୟର 200 ଟି ମହିଳା ଏସଏସଜି ଗ୍ରୁପ ନିଜର ହାତ ତିଆରି ଜିନିଷ ବିକ୍ରି କରୁଛନ୍ତି । ଯେଉଁଥିରେ ମୁଖ୍ୟ ଆକର୍ଷଣ ପାଲଟିଛି ନବରଙ୍ଗପୁରରୁ ଆସିଥିବା ଆଦିବାସୀ ଅଳଙ୍କାର ।