ଓଡିଶା

odisha

ETV Bharat / city

ଭୁବନେଶ୍ବରରେ ହଜି ପୁରୀରୁ ମିଳିଲେ ଛାତ୍ର

ରାଜଧାନୀରୁ ନିଖୋଜ ଛାତ୍ର ପୁରୀରୁ ଉଦ୍ଧାର ହୋଇଛନ୍ତି । ପକେଟ ମନି ନେଇ ପୁରୀ ଚାଲି ଯାଇଥିବା ଜଣାପଡିଛି। ଅଧିକ ପଢ଼ନ୍ତୁ...

By

Published : Nov 12, 2019, 1:59 PM IST

Updated : Nov 12, 2019, 7:45 PM IST

ସ୍କୁଲରେ ପହଞ୍ଚିବା ପୂର୍ବରୁ ଛାତ୍ର ନିଖୋଜ

ଭୁବନେଶ୍ବର: ମିଳିଲା ଭୁବନେଶ୍ବରୁ ନିଖୋଜ ହୋଇଥିବା ଛାତ୍ରଙ୍କ ପତ୍ତା । ପୁରୀ ରେଳ ଷ୍ଟେସନରୁ ଉଦ୍ଧାର କଲା ଜିଆରପି ପୋଲିସ। ଗତ 10 ତାରିଖ ତାରିଖ ଦିନ ରାଜଧାନୀରୁ ନିଖୋଜ ହୋଇଥିଲେ ଛାତ୍ର ।

ସୂଚନା ଅନୁଯାୟୀ, ବିବେକାନନ୍ଦ ସ୍କୁଲର ସପ୍ତମ ଶ୍ରେଣୀର ଜଣେ ଛାତ୍ର ଗତ 10 ତାରିଖ ଦିନ ସ୍କୁଲ ଯିବା ପାଇଁ ଘରୁ ବାହାରିଥିଲେ କିନ୍ତୁ ସ୍କୁଲରେ ପହଁଞ୍ଚି ନଥିଲେ । ସକାଳ 10ଟା 45 ସମୟରେ ଛାତ୍ର ଜଣକ ବାଟରୁ କୁଆଡେ ଗାଏବ ହୋଇଯାଇଥିଲେ । ଏହା ଜାଣିବା ପରେ ସମ୍ପୃକ୍ତ ଅଭିଭାବକ ପୋଲିସକୁ ଖବର ଦେଇ ନିଖୋଜ ହୋଇଥିବା ନେଇ ରିପୋର୍ଟ ଲେଖାଇଥିଲେ । ପୋଲିସ ସ୍କୁଲ ଯିବା ରାସ୍ତାର ସମସ୍ତ ସିସିଟିଭି ଫୁଟେଜକୁ ଆଧାର କରି ଯାଞ୍ଚ କରିଥିଲା । ଏକ ସିସିଟିଭିରେ ଛାତ୍ର ଜଣକ ସାଇକେଲରେ ଯାଉଥିବାର ଦେଖିବାକୁ ମିଳିଥିଲା ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ଭୁବନେଶ୍ବର

ତେବେ ମଙ୍ଗଳବାର ପୁରୀ ରେଳ ଷ୍ଟେସନରୁ ଛାତ୍ରଙ୍କୁ ଉଦ୍ଧାର କରିଛି ଜିଆରପି । ନିଜ ପକେଟ ମନି ନେଇ ଛାତ୍ର ଜଣକ ପୁରୀ ଚାଲିଯାଇଥିବା ଜଣାପଡିଛି । ତେବେ କାହିଁକି, କେମିତି, ଓ କାହା ସହ ସେ ଯାତ୍ରା କରିଥିଲା ସେନେଇ କୋଣସି ସୂଚନା ମିଳି ପାରିନାହିଁ। ଛାତ୍ରଙ୍କୁ ଉଦ୍ଧାର ପରେ ପୁରୀରୁ ଭୁବନେଶ୍ବର ଅଣାଯାଇଛି।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Nov 12, 2019, 7:45 PM IST

ABOUT THE AUTHOR

...view details