ଓଡିଶା

odisha

ETV Bharat / city

ମିସ ଟିନ ଇଣ୍ଡିଆ ୟୁନିଭର୍ସ 2021, ବାଜି ମାରିଲେ ୨ ଓଡ଼ିଆ - ସୁନ୍ଦରୀ ପ୍ରତିଯୋଗିତା

ମିସ ଟିନ ଇଣ୍ଡିଆ ୟୁନିଭର୍ସ 2021 ପ୍ରତିଯୋଗିତାରେ ଓଡ଼ିଆ ଝିଅ ପ୍ରିତିକା ଜେନା ପ୍ରଥମ ହୋଇଥିବାବେଳେ ଦ୍ବିତୀୟରେ ରହିଛନ୍ତି ତମନ୍ନା ଦାସ ।

ମିସ ଟିନ ଇଣ୍ଡିଆ ୟୁନିଭର୍ସ 2021 ପ୍ରତିଯୋଗିତା
ମିସ ଟିନ ଇଣ୍ଡିଆ ୟୁନିଭର୍ସ 2021 ପ୍ରତିଯୋଗିତା

By

Published : Feb 18, 2021, 5:43 PM IST

Updated : Feb 18, 2021, 6:03 PM IST

ଭୁବନେଶ୍ବର: ମିସ ଟିନ ଇଣ୍ଡିଆ ୟୁନିଭର୍ସ 2021ରେ କମାଲ କଲେ ଓଡିଆ ଝିଅ । ଏହି ସୁନ୍ଦରୀ ପ୍ରତିଯୋଗିତାରେ ଓଡ଼ିଆ ଝିଅ ପ୍ରିତିକା ଜେନା ପ୍ରଥମ ହୋଇଥିବାବେଳେ ଦ୍ବିତୀୟରେ ରହିଛନ୍ତି ତମନ୍ନା ଦାସ । ଭାଇରସ ଫିଲ୍ମସ ଦ୍ବାରା ଦେଲ୍ଲୀ ପ୍ଲାନ ଗ୍ରୀନ ରିସର୍ଟରେ ଆୟୋଜିତ ହୋଇଥିବା ଏହି ମିସ ଟିନ ଇଣ୍ଡିଆ ୟୁନିଭର୍ସ ପ୍ରତିଯୋଗିତାରେ ଦୁଇ ଓଡ଼ିଆ ଝିଅ ଏହି ବିଜେତା ହୋଇଛନ୍ତି ।

ମିସ ଟିନ ଇଣ୍ଡିଆ ୟୁନିଭର୍ସ 2021 ପ୍ରତିଯୋଗିତା

ପ୍ରିତିକା ଭୁବନେଶ୍ବର ୟୁନିଟ-8 ଡିଏଭି ପ୍ଳବିକ ସ୍କୁଲରେ ନବମ ଶ୍ରେଣୀରେ ପଢ଼ୁଥିବାବେଳେ ତମନ୍ନା ଭୁବନେଶ୍ବର ବିଜେଇମ ସ୍କୁଲରେ ଅଷ୍ଟମ ଶ୍ରେଣୀରେ ପଢୁଛନ୍ତି । ୨୦୧୯ ମିସ ଟିନ ଇଣ୍ଡିଆ ୟୁନିଭର୍ସ ବିଜୟିନୀ ଲାବଣ୍ୟା ଦାସଙ୍କ ତତ୍ବାବଧାନରେ ଉଭୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ ।

ମିସ ଟିନ ଇଣ୍ଡିଆ ୟୁନିଭର୍ସ 2021 ପ୍ରତିଯୋଗିତା

ଏହି ପ୍ରତିଯୋଗିତାରେ ଭାରତର କୋଣ ଅନୁକୋଣରୁ ୭୫ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିବା ବେଳେ ପ୍ରଥମ ଓ ଦ୍ବିତୀୟ ସ୍ଥାନରେ ଓଡିଶା ଝିଅ ବାଜି ମାରିଛନ୍ତି । ତେଣୁ ଉଭୟ ଓଡିଶା ପାଇଁ ଏହି ସଫଳତା ଆଣି ଗୌରବାନ୍ବିତ କରିଥିବାବେଳେ ଉଭୟ ବେଶ ଖୁସି ଅଛନ୍ତି । ଉଭୟଙ୍କ ବିଜୟର ଯାତ୍ରା କିଭଳି ଥିଲା ତାଙ୍କ ସହ କଥା ହୋଇଛନ୍ତି ଆମ ପ୍ରତିନିଧି ଦେବସ୍ମିତା ରାଉତ ।

ଓଡ଼ିଆ ଝିଅ ପ୍ରିତିକା ଜେନା ଓ ତମନ୍ନା ଦାସ

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

Last Updated : Feb 18, 2021, 6:03 PM IST

ABOUT THE AUTHOR

...view details