ଓଡିଶା

odisha

ETV Bharat / city

ଟ୍ୟାଲେଣ୍ଟ ଆଗରେ ସାଇଜ ଜିରୋ: ମିସ ପ୍ଲସ 2019 ଫାଇନାଲରେ ଓଡିଆ ଝିଅ

ଦିଲ୍ଲୀରେ ଆୟୋଜିତ ମିସ ପ୍ଲସ 2019 ପ୍ରତିଯୋଗିତାରେ କମାଲ କରି ଫାଇନାଲରେ ପହଞ୍ଚିଛନ୍ତି ଓଡିଆ ଝିଅ ପାୟଲ ଚୌଧୁରୀ ।

ଫଟୋ ସୌଜନ୍ୟ:ପ୍ରତିନିଧି, ଭୁବନେଶ୍ବର

By

Published : Jun 28, 2019, 10:58 PM IST

ଭୁବନେଶ୍ବର: ବଦଳିଛି ଟ୍ରେଣ୍ଡ । ମଡେଲ ହେବା ପାଇଁ ଆଜିର ଯୁବପୀଢି ବଡି ବିଲ୍ଡିଂ ଓ ଜିରୋ ଫିଗର, ସ୍ଲିମକୁ ଅଧିକ ଫୋକସ ଦେଉଥିବାବେଳେ ଏହାକୁ ଭୁଲ ପ୍ରମାଣ କରିଛନ୍ତି ପାୟଲ ଚୌଧୁରୀ । ଦିଲ୍ଲୀରେ ଆୟୋଜିତ ମିସ ପ୍ଲସ 2019 ପ୍ରତିଯୋଗିତାରେ କମାଲ କରି ଫାଇନାଲରେ ପହଞ୍ଚିଛନ୍ତି ଓଡିଆ ଝିଅ ପାୟଲ ଚୌଧୁରୀ।

ଭିଡିଓ ସୌଜନ୍ୟ:ପ୍ରତିନିଧି, ଭୁବନେଶ୍ବର

ଆସନ୍ତା ଜୁନ 30ରେ ହେବାକୁ ଥିବା ମିସ ପ୍ଲସ 2019 ଫିନାଲେରେ ସେ ଭାଗ ନେବେ । ତେବେ ବର୍ତ୍ତମାନ ପାୟଲ ବାଙ୍ଗାଲୋରରେ ରହୁଥିବାବେଳେ ସେ ସାମ୍ବାଦିକତାର ଜଣେ ଛାତ୍ରୀ ।

ସେ ପାଠ ପଢିବା ସହ ପିଲାଟି ଦିନରୁ ନାଚ ଗୀତ ପ୍ରତି ଆଗ୍ରହ ରଖୁଥିଲେ । ତାଙ୍କ କହିବା ଅନୁସାରେ, ସେ ପ୍ରଥମେ ମଡେଲ ହେବେ ବୋଲି କେବେ ଭାବି ନଥିଲେ କିନ୍ତୁ ତାଙ୍କୁ ତାଙ୍କ ମା ଓ ଭାଇଙ୍କ ପ୍ରେରଣା ପାଇଁ ଏହା ସମ୍ଭବ ହୋଇପାରିଛି ବୋଲି ପାୟଲ କହିଛନ୍ତି ।


ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

ABOUT THE AUTHOR

...view details