ଓଡିଶା

odisha

ରାଜଧାନୀରେ ବୋମାମାଡ, ଟାର୍ଗେଟରେ ମଲ MD

By

Published : May 20, 2022, 2:06 PM IST

Updated : May 20, 2022, 2:33 PM IST

ଅଶାନ୍ତ ହେଉଛି ରାଜଧାନୀ । ଜଗନ୍ନାଥ ନଗର ଲେନ ୬ରେ ଥିବା ସନ୍ଦିପ ସିଂଙ୍କ ପ୍ରୋଜେକ୍ଟ ସାଇଟରେ ଏହି ବୋମା ମାଡ ହୋଇଛି । ଅଧିକ ପଢନ୍ତୁ

ରାଜଧାନୀରେ ମଲ ଏମଡିଙ୍କୁ ବୋମାମାଡ
ରାଜଧାନୀରେ ମଲ ଏମଡିଙ୍କୁ ବୋମାମାଡ

ଭୁବନେଶ୍ବର:ଅଶାନ୍ତ ହେଉଛି ରାଜଧାନୀ । ଛାତ୍ର ନେତାଙ୍କୁ ଗୁଳିମାଡ ପରେ ଏବେ ମଲ ଏମଡିଙ୍କୁ ବୋମାମାଡ । ଜଗନ୍ନାଥ ନଗର ଲେନ ୬ରେ ଥିବା ସନ୍ଦିପ ସିଂଙ୍କ ପ୍ରୋଜେକ୍ଟ ସାଇଟରେ ଏହି ବୋମା ମାଡ ହୋଇଥିବା ସୂଚନା । ଗତକାଲି ରାତିରେ ବୋମା ମାଡ ପରେ ଘଟଣା ସ୍ଥଳରୁ ଫେରାର ହୋଇଯାଇଛନ୍ତି ଅଭିଯୁକ୍ତ ।

ରାଜଧାନୀରେ ବୋମାମାଡ, ଟାର୍ଗେଟରେ ମଲ MD

ସୂଚନା ଅନୁଯାଇ, ଗତ ଦୁଇ ଦିନ ତଳେ ଜଗନ୍ନାଥ ନଗରରେ ଚାଲିଥିବା ପ୍ରୋଜେକ୍ଟ ସାଇଟରେ ପାଚେରି ଭାଙ୍ଗି ଚୋରି କରିଥିଲେ କିଛି ଦୁର୍ବୃତ୍ତ। ଏନେଇ ଥାନାରେ ଅଭିଯୋଗ କରିଥିଲେ ଏମଡି ସନ୍ଦିପ ସିଂ । ଏହି କାରଣରୁ ରାଗ ରଖି ବୋମାମାଡ କରିଥିବା ଜଣାପଡିଛି଼ । ସିକ୍ୟୁରିଟି ଗାର୍ଡଙ୍କ କହିବା ମୁତାବକ କିଛି ଦୁର୍ବୃତ୍ତ ବିଳମ୍ବିତ ରାତିରେ ଆସି ବୋମାମାଡ କରି ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ । ଏନେଇ ପୋଲିସ କୌଣସି ପ୍ରତିକ୍ରିୟା ଦେଇନଥିବା ବେଳେ ଅଭିଯୁକ୍ତଙ୍କ କୋଣସି ସୁରାକ ମିଳିନାହିଁ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : May 20, 2022, 2:33 PM IST

ABOUT THE AUTHOR

...view details