ଭୁବନେଶ୍ବର:ସୀମା ଟପିଲେ ଅପରାଧୀ । ଘରେ ପଶି ଆତଙ୍କ ରଚିଲେ । ଭୁବନେଶ୍ବର ସହିଦ ନଗର ଥାନା ଜଗନ୍ନାଥ ନଗରରେ ପଶି ମହିଳାଙ୍କୁ ମରଣାନ୍ତକ ଆକ୍ରମଣ। ଜଗନ୍ନାଥ ନଗର ଲେନ ୪ରେ ପ୍ଲଟ ନମ୍ବର ୨୨୩/୧୫୨୩ରେ ଦ୍ବିତୀୟ ମହଲାରେ ପଶି ଗିତାଞ୍ଜଳୀ ନାମକ ମହିଳାକୁ ଆକ୍ରମଣ କରିଛନ୍ତି ଲୁଟେରା । ସୁନା ଚେନ, ମଙ୍ଗଳ ସୁତ୍ର, କାନଫୁଲ ଲୁଟ ସହ ମୋବାଇଲ ଫୋନ ଲୁଟି ନେଇଛନ୍ତି । ମହିଳାଙ୍କୁ ଆକ୍ରମଣ ସହ ଭୟଭୀତ କରି ଲୁଟ ପରେ ଲୁଟେରା ଚମ୍ପଟ ମାରିଥିବା ଗିତାଞ୍ଜଳୀଙ୍କ ସ୍ବାମୀ କହିଛନ୍ତି ।
ରାଜଧାନୀରେ ଲୁଟ ପାଇଁ ମହିଳାଙ୍କୁ ହାଣିଲେ, ଘରେ ପଶି ନେଇଗଲେ ଗହଣା ଓ ମୋବାଇଲ
ରାଜଧାନୀରେ ବଢୁଛି ଅପରାଧ । ଭୁବନେଶ୍ବର ଜଗନ୍ନାଥ ନଗରରେ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ କରି ଲୁଟ । ଅଧିକ ପଢନ୍ତୁ
ରାଜଧାନୀରେ ଲୁଟ ପାଇଁ ମହିଳାଙ୍କୁ ହାଣିଲେ : ଘରେ ପଶି ନେଇଗଲେ ଗହଣା,ମୋବାଇଲ
ଘଟଣାସ୍ଥଳରେ ପିସିଆର ପହଞ୍ଚି ଆହତ ମହିଳାଙ୍କୁ ଉଦ୍ଧାର କରିଛନ୍ତି । ଏନେଇ ତଦନ୍ତ ଜାରି ରଖିଛି ପୋଲିସ। ସେପଟେ ମହିଳାଙ୍କ ଅବସ୍ଥା ଏବେବି ସଙ୍କଟାପନ୍ନ ରହିଛି । ତେବେ କିଛି ଦିନ ତଳେ ସମାନ ଢଙ୍ଗରେ ମଞ୍ଚେଶ୍ବର ଥାନା ଅଞ୍ଚଳରେ ମଧ୍ୟ ଜଣେ ବରିଷ୍ଠ ନାଗରିକଙ୍କୁ ଏପରି ହାତଗୋଡ ବାନ୍ଧି ଲୁଟେରା ସର୍ବସ୍ବ ଲୁଟି ନେଇଥିଲେ । ଯାହାକୁ ନେଇ ପ୍ରଶ୍ନ ଉଠୁଛି ରାଜଧାନୀ ମହିଳା ଓ ବରିଷ୍ଠ ନାଗରିକଙ୍କ ପାଇଁ ସୁରକ୍ଷିତ ତ ?
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ