ଭୁବନେଶ୍ବର: ରାଜଧାନୀରେ ଦିନକୁ ଦିନ ବିଗୁଡୁଛି ଆଇନ ଶୃଙ୍ଖଳା ବ୍ୟବସ୍ଥା । ଜନଗହଳିପୂର୍ଣ୍ଣ ସ୍ଥାନରେ ଆତଙ୍କ ଖେଳାଉଛନ୍ତି ଦୁର୍ବୃତ୍ତ । ସପିଂ ମଲ ସାମ୍ନାରେ ଯୁବକଙ୍କୁ କାଠ ଫାଳିଆରେ ଆଖିବୁଜା ଆକ୍ରମଣ କରି ପୁଣି ଆତଙ୍କ ଖେଳାଇଲେ ଦୁର୍ବୃତ୍ତ । ଆକ୍ରମଣରେ ୨ ଜଣ ଯୁବକ ଆହତ ହୋଇଥିବା ସୂଚନା । ଗତକାଲି ସହିଦନଗର ବିଏମସି ଭବାନୀ ମଲ ସାମ୍ନାରେ ଏପରି ଆତଙ୍କ ଖେଳାଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ ଦୁର୍ବୃତ୍ତ ।
ସୂଚନା ଅନୁଯାୟୀ, ଗତକାଲି ରାତିରେ କିଛି ଦୁର୍ବୃତ୍ତ କାଠ ଫାଳିଆ ଧରି ମଲ ଆଡକୁ ଆସିଥିଲେ । ହଠାତ କିଛି କହିବା ପୂର୍ବରୁ ମଲରୁ ବାହାରୁଥିବା ଖୋର୍ଦ୍ଧା ଅଞ୍ଚଳର ଆଦିତ୍ୟ ଦାସ ଓ ଆଶୁତୋଷଙ୍କୁ ଆଖିବୁଜା ଆକ୍ରମଣ କରିଥିଲେ । ଯାହାକୁ ନେଇ ସ୍ଥାନୀୟ ଲୋକେ ଆତଙ୍କିତ ହେବା ସହ ହୋ ହଲ୍ଲା କରିବାରୁ ଦୁର୍ବୃତ୍ତ ମାନେ ପଳାଇଥିଲେ । ରବିବାର ରାତି ୧୦ଟା ସମୟରେ ଏହି ଘଟଣା ଘଟିଥିବା ବେଳେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଲୁଟପାଟ ପାଇଁ ଏପରି କରିଥାଇପାରନ୍ତି ବୋଲି ପୋଲିସ ସନ୍ଦେହ କରୁଛି ।