ଭୁବନେଶ୍ବର:ପଡିଥିଲା ହାତକଡି ଆଉ ଏବେ ପଡି଼ଲା ହାତଗଣ୍ଠି (Jail Marriage) । ପୀଡି଼ତା ଓ କଏଦୀ ସାଜିଲେ ସାତ ଜନମର ସାଥୀ । ବାଜୁଥିଲା ଓଡ଼ିଆ ଫିଲ୍ମର ଗୀତ ଆଉ ଶୁଭୁଥିଲା ପୂଜକଙ୍କ ବାହାଘର ମନ୍ତ୍ର । ଏହାରି ଭିତରେ ପଡୁଥିଲା ହାତଗଣ୍ଠି । ଏଭଳି ଏକ ଦୃଶ୍ୟ ଝାରପଡ଼ା ଜେଲରେ ଦେଖିବାକୁ ମିଳିଛି । ନାବାଳିକାକୁ ଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତ ଉକ୍ତ ନାବାଳିକାକୁ ବିବାହ କରିଛନ୍ତି ।
ନାବାଳିକା ଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତ ତଥା ବିଚାରଧୀନ କଏଦୀ ଆକାଶା ନାୟକ ଓରଫ ବଣ୍ଟିର ଏଭଳି ନିଆରା ଢଙ୍ଗ ଓ ପରିବେଶରେ ବିବାହ ହେଉଥିଲା । ଯିଏକି ନାବାଳିକାକୁ ଦୁଷ୍କର୍ମ ମାମଲାରେ ଗତ ୨୦୨୦ ରେ ଗିରଫ ହୋଇ କୋର୍ଟ ଚାଲାଣ କରିଥିଲା ଜଟଣୀ ଥାନା । ହେଲେ ଘଟଣା କୋର୍ଟକୁ ଆସିବା ପରେ ପୋକ୍ସୋ କୋର୍ଟ ଜାଣିବାକୁ ପାଇଥିଲେ ଘଟଣାକ୍ରମ । ବିବାହର ପ୍ରତିଶୃତି ଦେଇ ବିବାହ ନକରିବାରୁ ନାବାଳିକାର ଅଭିଯୋଗରେ ଆକାଶ ଗିରଫ ହୋଇଥିଲେ । ହେଲେ ଏବେ ନାବାଳିକା ସାବାଳିକା ହେବା ପରେ କୋର୍ଟ ଉଭୟ ପକ୍ଷଙ୍କ ରାଜି କ୍ରମେ ବିବାହ ସ୍ଥିର କରିଥିଲେ ।
ଏହା ବି ପଢନ୍ତୁ- ଆକାଶରେ ବାୟୁବୀରଙ୍କ ଜଲୱା, ସାହସିକତା ପ୍ରଦର୍ଶନ ପରେ ଟିମକୁ ସମ୍ବର୍ଦ୍ଧନା