ଓଡିଶା

odisha

By

Published : Dec 15, 2020, 10:33 AM IST

ETV Bharat / city

ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲା: ମିଳିଲାନି ବେଲ୍, 4 ଅଭିଯୁକ୍ତ ଗଲେ ଝାରପଡା ଜେଲ୍

ଇନଫୋସିଟି ନାବାଳିକା ଗଣ ଦୁଷ୍କର୍ମ ମାମଲାରେ ଗିରଫ 4 ଅଭିଯୁକ୍ତଙ୍କୁ ପୋସ୍କୋ କୋର୍ଟରେ ହାଜର ପରେ ବେଲ ଖାରଜ ହେବାରୁ ଝାରପଡା ଜେଲ ପଠାଯାଇଛି । ଅଧିକ ପଢନ୍ତୁ...

ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲା
ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲା

ଭୁବନେଶ୍ବର: ଇନଫୋସିଟି ନାବାଳିକା ଗଣ ଦୁଷ୍କର୍ମ ମାମଲାରେ ଜେଲ ଗଲେ 4 ଅଭିଯୁକ୍ତ। ଗିରଫ 4 ଅଭିଯୁକ୍ତଙ୍କୁ ପୋସ୍କୋ କୋର୍ଟରେ ହାଜର ପରେ ବେଲ ଖାରଜ ହେବାରୁ ଗଲେ ଝାରପଡା ଜେଲ।

ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲା

14 ଦିନିଆ ବିଚାରବିଭାଗୀୟ ହାଜତକୁ ପଠାଇଛନ୍ତି କୋର୍ଟ। ତେବେ ଏମାନଙ୍କ ମଧ୍ୟରେ ଅଛନ୍ତି ଗଣମାଧ୍ୟମ ସଂସ୍ଥାର ଅନିରୁଦ୍ଧ ପଣ୍ଡା, କୃଷ୍ଣ ବେହେରାଙ୍କ ସହ ଗ୍ରୁପ -4 ସିକ୍ୟୁରିଟି ସଂସ୍ଥାର 2 ସିକ୍ୟୁରିଟି ଗାର୍ଡ ଶ୍ରୀବତ୍ସ ସାମଲ ଓ ବିଜୟ ରାଉତ।

ନାବାଳିକାକୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ଆଧାରରେ ଏମାନଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରି କୋର୍ଟରେ ହାଜର କରାଇଥିଲେ । ଏହି 4 ଅଭିଯୁକ୍ତଙ୍କୁ ଯଦି ବେଲ ମିଳେ ତେବେ ସାକ୍ଷି ପ୍ରଭାବିତ ଆଶଙ୍କା କରି ସେମାନଙ୍କ ବେଲ୍ ଖାରଜ କରାଯାଉ ବୋଲି ଅଭିଯୋଗକାରିଣୀଙ୍କ ଓକିଲ ସିତାଂଶୁ ଦ୍ବିବେଦି କୋର୍ଟରେ ଯୁକ୍ତି ବାଢିଥିଲେ।

ଅନ୍ୟପଟେ ଅଭିଯୋଗର ଏତେ ଦିନ ପରେ ଗିରଫଦାରୀ କେଉଁଠି ନା କେଉଁଠି ସନ୍ଦେହ ହେଉଛି । ଏନେଇ ବେଲ ଦିଆଯାଉ ବୋଲି ଅଭିଯୁକ୍ତଙ୍କ ଓକିଲ ଯୁକ୍ତି ବାଢିଥିଲେ। ତେବେ ଯେହେତୁ ଏହି ଘଟଣା ହାଇକୋର୍ଟ ଅଧିନରେ ରହିଛି । ତେଣୁ ଏହାର ରିପୋର୍ଟ ଆସନ୍ତା 16 ତାରିଖରେ ହାଇକୋର୍ଟରେ ଉପସ୍ଥାପନା କରାଯିବ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details