ଓଡିଶା

odisha

ETV Bharat / city

ରାଜଧାନୀରୁ ମୁର୍ମୂଷୁ ଅବସ୍ଥାରେ ନାବାଳିକା ଉଦ୍ଧାର, ଦୁଷ୍କର୍ମ ଅଭିଯୋଗ

ଖଣ୍ଡଗିରି ଅଞ୍ଚଳର ଏକ ପାର୍କ ନିକଟରୁ ରକ୍ତାକ୍ତ ଅବସ୍ଥାରେ  ନାବାଳିକାଙ୍କୁ ଉଦ୍ଧାର କରାଯାଇଛି । ତାଙ୍କ ସହ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି ।

By

Published : Dec 5, 2019, 8:16 AM IST

BHUBANESWAR
ଫାଇଲ ଫଟୋ


ଭୁବନେଶ୍ବର: ରାଜଧାନୀର ଖଣ୍ଡଗିରି ଅଞ୍ଚଳର ଏକ ପାର୍କ ନିକଟରୁ ରକ୍ତାକ୍ତ ଅବସ୍ଥାରେ ନାବାଳିକାଙ୍କୁ ଉଦ୍ଧାର କରାଯାଇଛି । ସ୍ଥାନୀୟ ଲୋକେ ତାଙ୍କ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଇଥିଲା ବେଳେ ଡାକ୍ତରୀ ରିପୋର୍ଟରୁ ତାଙ୍କ ସହ ଦୁଷ୍କର୍ମ ହୋଇଥିବା ଜଣାପଡିଛି । ଏକତରଫା ପ୍ରେମକୁ ସହମତି ନ ଦେବାରୁ ନାବାଳିକାକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଦୁଷ୍କର୍ମ ପରେ ଅଭିଯୁକ୍ତ ତାଙ୍କୁ ମୁମୁର୍ଷ ଅବସ୍ଥାରେ ଛାଡି ଚାଲିଯାଇଥିବା ସୂଚନା ମିଳିଛି ।

ଏହି ଘଟଣାରେ ପୋଲିସ ଜଣଙ୍କୁ ଅଟକ ରଖିବା ସହ ତଦନ୍ତ ଜାରି ରଖିଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details