ଓଡିଶା

odisha

ETV Bharat / city

ନାବାଳିକାକୁ ଅସଦାଚରଣ ଘଟଣା: ଅଭିଯୁକ୍ତର ଟିଆଇ ପରେଡ କଲା ପୋଲିସ - ନାବାଳିକାକୁ ଅସଦାଚରଣ ଘଟଣା

ରାସ୍ତାରେ ନାବାଳିକାକୁ ଅସଦାଚରଣ ଘଟଣାରେ ଗିରଫ ଅଭିଯୁକ୍ତର ଟିଆଇ ପରେଡ୍‌ । ନାବାଳିକାକୁ ଅସଦାଚରଣ କରିଥିବା ସ୍ଥାନକୁ ନେଇ ଚିହ୍ନଟ କଲା କମିଶନରେଟ୍‌ ପୋଲିସ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Aug 31, 2019, 6:18 PM IST

ଭୁବନେଶ୍ବର: ରାସ୍ତାରେ ନାବାଳିକାକୁ ଅସଦାଚରଣ ଘଟଣାରେ ଗିରଫ ଅଭିଯୁକ୍ତର ଟିଆଇ ପରେଡ୍‌ । ନାବାଳିକାକୁ ଅସଦାଚରଣ କରିଥିବା ସ୍ଥାନକୁ ନେଇ ଚିହ୍ନଟ କଲା କମିଶନରେଟ୍‌ ପୋଲିସ । ଅଭିଯୁକ୍ତକୁ ଘଟଣାସ୍ଥଳକୁ ନେଇ ମୁହଁରେ କଳା କପଡା ପିନ୍ଧାଇ ଟିଆଇ ପରେଡ କରିଛି ପୋଲିସ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସୂଚନାନୁସାରେ, ଗତ 21 ତାରିଖରେ ଶବର ସାହି ଦେଇ ଜଣେ ନାବାଳିକା ଟ୍ୟୁସନ ଯାଉଥିବାବେଳେ ଜଣେ ବ୍ୟକ୍ତି ଏକ 2 ଚକିଆ ଗାଡିରେ ଆସି ନାବାଳିକା ସହ କଥା ହୋଇଥିଲା । ଏହା ପରେ କିଛି ବାଟ ଯିବା ପରେ ସେ ଉକ୍ତ ନାବାଳିକା ସହ ଅସଦାଚରଣ କରୁଥିବାର ନଜର ଆସିଥିଲା ।

ସିସିଟିଭି ଫୁଟେଜରେ ଅଭିଯୁକ୍ତ ଜଣକ ଅସଦାଚରଣ କରିଥିବାର ସମ୍ପୂର୍ଣ୍ଣ ଘଟଣା କଏଦ ହୋଇଥିଲେ । ଯାହାକୁ ନେଇ ଲକ୍ଷ୍ମୀସାଗର ଥାନା ପୋଲିସ ନିଜ ପକ୍ଷରୁ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିବାବେଳେ ଗତକାଲି ସମ୍ପୃକ୍ତ ଯୁବକକୁ ଗିରଫ କରାଯାଇଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details