ଭୁବନେଶ୍ବର: ଦିନକୁ ଦିନ ସତେ ଯେମିତି କ୍ରୁର ହେବାରେ ଲାଗିଛି ମଣିଷ ସମାଜ । ଅମାନବିକତାର ସୀମା ଲଙ୍ଘିଛି ମଣିଷ । ଯାହାର ଉଦାହରଣ ସୂରୂପ ଭୁବନେଶ୍ବର ରେଳ ଷ୍ଟେସନରୁ ଉଦ୍ଧାର ହୋଇଛି ଶିକୁଳିରେ ବନ୍ଧା ଏକ 16 ବର୍ଷୀୟ ନାବାଳକ । ଅତି ନିଷ୍ଠୁରତାର ସହ ନାବାଳକର ଗୋଡରେ ବନ୍ଧା ହୋଇଥିଲା ଲୁହାର ଶିକୁଳି । ଯାହାକୁ ପରିତ୍ୟକ୍ତ ଅବସ୍ଥାରେ ଷ୍ଟେସନରୁ ଉଦ୍ଧାର କରିଥିଲା ଚାଇଲ୍ଡ ଲାଇନ ଟିମ୍ ।
ଉଦ୍ଧାର ହୋଇଥିବା ନାବାଳକକୁ ଚାଇଲ୍ଡ ଲାଇନର ହେପାଜତରେ ନେବା ପରେ ଘଟଣା ସମ୍ପର୍କରେ ପଚରା ଉଚୁରା କରାଯାଇଥିଲା । ଯେଉଁଥିରୁ ଜଣା ପଡିଥିଲା କି ନାବାଳକଟି ଗଞ୍ଜାମ ଛତ୍ରପୁରର ହୋଇଥିବା ବେଳେ ତାର ବାପା ଓ ଭାଇ ଏପରି ଗୋଡରେ ଶିକୁଳି ପକାଇଥିଲେ । କେବଳ ସେତିକି ନୁହେଁ ନାବାଳକଟିକୁ ବାନ୍ଧି ତାକୁ ଏକ ଘରେ ବନ୍ଦୀ କରି ରଖିଥିଲେ ।