ଓଡିଶା

odisha

ETV Bharat / city

ସାଇଲେଣ୍ଟ କମିଶନର, ଚୁପ ରହିଛି ଶିଶୁ ସୁରକ୍ଷା ଆୟୋଗ - cp

ଏକ ମାତ୍ର ପୁଅକୁ ହରାଇ ମା ଆଖିରୁ ଆଜିବି ଝରୁଛି ଲୁହ । ପୁଅ ଯେ ସଉଦା ଆଣି ଫେରିବ ବୋଲି ମା ହେଉଛି ବାଉଳି ଚାଉଳି। କାରଣ ମା ଜାଣି ନଥିଲା ସାମାନ୍ଯ ୧୦୦୦ ଟଙ୍କା ଯେ ନେବ ପୁଅର ଜୀବନ। ଅଧିକ ପଢନ୍ତୁ..

ସାଇଲେଣ୍ଟ କମିସନର, ଚୁପ ରହିଛି ଶିଶୁ ସୁରକ୍ଷା ଆୟୋଗ
ସାଇଲେଣ୍ଟ କମିସନର, ଚୁପ ରହିଛି ଶିଶୁ ସୁରକ୍ଷା ଆୟୋଗ

By

Published : Sep 14, 2020, 5:34 PM IST

ଭୁବନେଶ୍ବର: ଏକ ମାତ୍ର ପୁଅକୁ ହରାଇ ମା ଆଖିରୁ ଆଜିବି ଝରୁଛି ଲୁହ। ପୁଅ ଯେ ସଉଦା ଆଣି ଫେରିବ ବୋଲି ମା ହେଉଛି ବାଉଳି ଚାଉଳି। କାରଣ ମା ଜାଣି ନଥିଲା ସାମାନ୍ଯ ୧୦୦୦ ଟଙ୍କା ଯେ ନେବ ପୁଅର ଜୀବନ। ସଉଦା ପାଇଁ ପଠାଇଥିବା ୧୪ ବର୍ଷର ପୁଅ ଆଉ ଫେରିବନି ତାହା ଭାବିନଥିଲା । ଯାହାକୁ ଭାବି ଭାବି ଖଣ୍ଡଗିରି ଭରତପୁର ସତ୍ଯନଗରରେ ରହୁଥିବା କୁନି ପାଢି ଆଜି ତାଙ୍କ ଘରେ ନିଜର ଏକମାତ୍ର ପୁଅକୁ ମନେପକାଇ ବାହୁନୁଛନ୍ତି । କିଛି ନିଶା ଖୋର ଯୁବକ ବାଟରେ ଅଟକାଇ ସଉଦା ଟଙ୍କାରେ ନିଶା ଖାଇବା ପାଇଁ ଆଶିଷ ପାଢୀକୁ କରିଥିଲେ ହତ୍ଯା।

ସାଇଲେଣ୍ଟ କମିସନର, ଚୁପ ରହିଛି ଶିଶୁ ସୁରକ୍ଷା ଆୟୋଗ
ତେବେ ଘଟଣାକୁ ନେଇ ଓଡିଶା ରାଜ୍ଯ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଘଟଣାର ଆରମ୍ଭ କରିଥିଲା ତଦନ୍ତ। ହତ୍ଯାକାଣ୍ଡ ପଛରେ କଣ ରହିଛି ପ୍ରକୃତ କାରଣ । ନିଶା ପାଇଁ ନେଇଥିଲେ ଛାତ୍ରର ଜୀବନ ନା ହତ୍ଯାକାଣ୍ଡ ପଛରେ ଥିଲା ଆଉ କିଛି କାରଣ । ହେଲେ ଘଟଣାରେ ୪ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିବାବେଳେ ପୋଲିସ ସହ ନାବାଳକ ମା'ର ମଧ୍ୟ ନେଇଥିଲେ ବୟାନ । ହେଲେ ମୂଳ କାରଣରୁ ଓହରିଯାଉଛନ୍ତି ତଦନ୍ତକାରୀ ଅଫିସର ।

ନିଶା ପାଇଁ ଜୀବନ ଯାଇଥିବାବେଳେ କାହିଁକି ଲୁଚାଇବାକୁ ହେଉଛି ପ୍ରୟାସ । କଣ ରହିଛି ନିଶାର କାରଣ ପୋଲିସ ପାଇଁ ହୋଇପାରେ ମହଙ୍ଗା ସାବ୍ୟସ୍ତ । ନିଶାଡିଙ୍କ ଏତେ ମାତ୍ରାରେ ଉତ୍ପାତ ବଢିଛି ଯାହାକୁ ନେଇ ନିରୀହ ଛାତ୍ର ନେଇଗଲେ ଜୀବନ । ଆଗକୁ ଏହା କେତେ ଭୟଙ୍କର ରୂପ ନେଇପାରେ ସେ ଦିଗକୁ ତର୍ଜମା କରିବାକୁ ସଭିଏଁ ନାରାଜ । ରାଜ୍ଯ ରାଜଧାନୀର ଏକ ଉତ୍କଟ ସ୍ଥିତିକୁ ଲୁଚାଇବାକୁ ପ୍ରୟାସ କରାଯାଉଛି । ଏପରିକି ଡ୍ରଗସ ରୋକିବାକୁ ପୋଲିସ କମିଶନର ଏକ ସ୍ବତନ୍ତ୍ର ଟିମ ଗଠନ କରିଥିଲେ ବି ତାହା ସତେ ଯେପରି କାମ କରୁନି।

୫ ଗ୍ରାମ ଓ ୭ ଗ୍ରାମ ବ୍ରାଉନସୁଗାର ଧରି ବାଃ ବାଃ ନେବାରେ ବ୍ଯସ୍ତ। ହେଲେ ଯେଉଁଠି ଏସଟିଏଫ କିଲୋ କିଲୋ ବ୍ରାଉନସୁଗାର ଜବତ କରିବାରେ ସଫଳ ହେଉଥିବା ପୋଲିସର ଏପରି ଜବତ ଏକ ସନ୍ଦେହ ଘେରକୁ ନେଉଛି । କେଉଁଠି ନା କେଉଁଠି ନିଶା ମାଫିଆଙ୍କ ସହ ପୋଲିସ ହାତ ମିଳାଇଥିବା ଅଭିଯୋଗ ମଧ୍ଯ ହେଉଛି, ତାହା ଏବେ ବଡ ପ୍ରଶ୍ନର ବିଷୟ ପାଲଟିଛି।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

ABOUT THE AUTHOR

...view details