ଓଡିଶା

odisha

ETV Bharat / city

ଶନିବାର ପୂର୍ଣ୍ଣାଙ୍ଗ ବଜେଟ; ଏନେଇ କଣ କହୁଛନ୍ତି ମନ୍ତ୍ରୀ, ପଢନ୍ତୁ - ପୂର୍ଣ୍ଣାଙ୍ଗ ବଜେଟ

ଶନିବାର ଲୋକସଭାରେ ଆଗତ ହେବାକୁ ଯାଉଛି 2020-21 ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ । ବଜେଟ ଉପସ୍ଥାପିତ ହେବାରୁ କହୁଛନ୍ତି ପରିବହନ ମନ୍ତ୍ରୀ ଓ ଆଇନ ମନ୍ତ୍ରୀ ? ଅଧିକ ପଢନ୍ତୁ...

ministers reaction on up coming budget
ଆସନ୍ତାକାଲି ପୂର୍ଣ୍ଣାଙ୍ଗ ବଜେଟ; ଏନେଇ କଣ କହୁଛନ୍ତି ମନ୍ତ୍ରୀ,ପଢନ୍ତୁ

By

Published : Jan 31, 2020, 8:29 PM IST

ଭୁବନେଶ୍ବର: ଶନିବାର ସଂସଦରେ ଆଗତ ହେବ 2020-21 ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ । ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣ ଖୋଲିବେ ବଜେଟ ପେଡି । ଦେଶରେ ଅର୍ଥନୈତିକ ଅବସ୍ଥା ଧିମେଇ ଥିବାବେଳେ ନିର୍ମଳାଙ୍କ ବଜେଟ ପେଡି ଉପରେ ରହିଛି ସାରା ଦେଶର ନଜର । ତେବେ ଏହି ବଜେଟରେ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନାରେ ରାଜ୍ୟର ଅଶଂଧନ ପ୍ରତିଶତ କେତେ ରହିବ ? ଭିତ୍ତିଭୂମି ବାବଦରେ 100 ବିଲିୟନ କେନ୍ଦ୍ର ସରକାର 1 ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯାଉଛନ୍ତି, ଏଥିରୁ ରାଜ୍ୟକୁ କେତେ ଭାଗ ମିଳିବ ? ସେହିପରି କେନ୍ଦ୍ରୀୟ ଟିକସରୁ ରାଜ୍ୟର ଭାଗ କେତେ ରହିବ ? ତା ଉପରେ ରାଜ୍ୟସରକାରଙ୍କ ନଜର ରହିଛି ।

ଆସନ୍ତାକାଲି ପୂର୍ଣ୍ଣାଙ୍ଗ ବଜେଟ; ଏନେଇ କଣ କହୁଛନ୍ତି ମନ୍ତ୍ରୀ,ପଢନ୍ତୁ

ଜିଏସଟି ବାବଦରେ 1345 କୋଟି ଟଙ୍କା ବକେୟା ରହିଛି । ଜାନୁଆରୀ ସୁଦ୍ଧା ଏହା ଅଢେଇ ହଜାର ଟପିବ। ରେଳବାଇ କ୍ଷେତ୍ରରେ ପ୍ରାୟ 6 ହଜାର କୋଟିରୁ ଟଙ୍କାର ଅନୁଦାନ ମାଗିଛି ରାଜ୍ୟ । ଅର୍ଥ କମିଶନଙ୍କ ବର୍ଷିକିଆ ରିପୋର୍ଟ ଉପରେ ରାଜ୍ୟ ସରକାରଙ୍କ ଅନୁଦାନ ନିର୍ଭର କରୁଛି । ଏହା ଉପରେ ଅର୍ଥ ବିଭାଗର ନଜର ରହିଛି ।

ଏହାସହ ଓଡିଶା ରେଳ ବଜେଟ ଉପରେ ପୂର୍ବ ବଜେଟ ତୁଳନାରେ ଅଧିକ ଆଶାରଖିଥିବା କହିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ସେ କହିଛନ୍ତି ଯେ,ଅଧିକ ଅର୍ଥ ରେଳ ବଜେଟ ସହ 3ଟା ନୂଆ ରେଳଲାଇନ ପାଇଁ ମୁଖ୍ୟମନ୍ତ୍ରୀ ପୂର୍ବରୁ ଦାବି କରିଛନ୍ତି । ଏଥିସହ ଡବଲ ଲାଇନ୍ ପାଇଁ ଅଧିକ ଅର୍ଥ ଆଶା ରଖିଛୁ, ପୂର୍ବରୁ ୬ହଜାର କୋଟି ରେଳ ବଜେଟରେ ଓଡିଶା ପାଇଥିଲା । ଏଥର ତାଠାରୁ ଅଧିକ ଆଶା ରଖିଛୁ ବୋଲି ମନ୍ତ୍ରୀ କହିଛନ୍ତି ।

ସେହପରି ବଜେଟ ଆଗତ ପୂର୍ବରୁ ପ୍ରତିକ୍ରିୟା ରଖିଛନ୍ତି ଆଇନମନ୍ତ୍ରୀ ପ୍ରତାପ ଜେନା । ସୋସିଆଲ ସେକ୍ଟରରେ କେନ୍ଦ୍ର ସରକାରଙ୍କ ଅଧିକ ସହଯୋଗ ରହିବ । ଗରିବ, ମଧ୍ୟବିତ୍ତ ପରିବାର ଲୋକଙ୍କ ସୁବିଧା ପାଇଁ ଏହି ବଜେଟ ମାଧ୍ୟମରେ କେନ୍ଦ୍ରସରକାର ଆର୍ଥିକ ସହଯୋଗ କରିପାରନ୍ତି । ସମଗ୍ର ଦେଶରେ ଆର୍ଥିକ ଅବସ୍ଥା ମାନ୍ଦା ରହିଥିଲାବେଳେ କେନ୍ଦ୍ରସରକାର ଏଥିପାଇଁ ପଦକ୍ଷେପ ନେଇପାରନ୍ତି । ତେବେ ଦରଦାମ ବୃଦ୍ଧିର ଚାପରୁ ଲୋକଙ୍କୁ ରକ୍ଷାକରିବା ଭଳି ଏହି ବଜେଟ ଆଗତ ହୋଇପାରେ ବୋଲି ଆଶା ପ୍ରକଟ କରିଛନ୍ତି ଆଇନମନ୍ତ୍ରୀ ପ୍ରତାପ ଜେନା ।

ଭୁବନେଶ୍ବରରୁ ତପନ ଦାସ ଓ କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details