ଭୁବନେଶ୍ବର : ଆଉ ନାହାନ୍ତି ବିଜେଡିର ବରିଷ୍ଠ ନେତା ପ୍ରଦୀପ ମହାରଥୀ । ଶେଷରେ କୋରୋନାରେ ଆଖି ବୁଜିଛନ୍ତି ଏହି ଟାଣୁଆ ନେତା । ତାଙ୍କ ମରଶରୀରକୁ ସରକାରୀ ବାସଭବନକୁ ଅଣାଯାଇଥିଲା। ପରେ ତାଙ୍କ ପାର୍ଥିବ ଶରୀରକୁ ବିଧାନସଭା ଓ ପରେ ବିଜେଡି କାର୍ଯ୍ୟାଳୟକୁ ନିଆଯାଇଥିଲା। ସେଠାରେ ତାଙ୍କୁ ଦଳୀୟ ନେତୃବୃନ୍ଦଙ୍କ ସମେତ ଅନ୍ୟାନ୍ୟ ବ୍ୟକ୍ତି ବିଶେଷ ଶେଷ ସମ୍ମାନ ପ୍ରଦାନ କରିଛନ୍ତି । ଏହା ସହ ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳି ଯାଇଛି ।
ମହାରଥୀଙ୍କ ବିୟୋଗରେ ମ୍ରିୟମାଣ ରାଜନେତା... - ଆଉ ନାହାନ୍ତି ପ୍ରଦୀପ ମହାରଥୀ
ଆଉ ନାହାନ୍ତି ବିଜେଡିର ବରିଷ୍ଠ ନେତା ପ୍ରଦୀପ ମହାରଥୀ । ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା । ଶୋକ ବ୍ୟକ୍ତ କରିଛନ୍ତି ମନ୍ତ୍ରୀ, ବିଧାୟକଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ଯକ୍ତି । ଅଧିକ ପଢନ୍ତୁ.....
ପୂର୍ବତନ ମନ୍ତ୍ରୀ ତଥା ପିପିଲି ବିଧାୟକ ପ୍ରଦୀପ କୁମାର ମହାରଥୀଙ୍କ ବିୟୋଗରେ ରାଜ୍ୟ ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାସ, ମନ୍ତ୍ରୀ ଅଶୋକ ପଣ୍ତା ଓ ବିଧାୟକ ଦେବୀ ମିଶ୍ର ଶୋକ ପ୍ରକାଶ କରିଛନ୍ତି । ସେହିପରି ପ୍ରଭାବଶାଳୀ ନେତାଙ୍କ ବିୟୋଗରେ ମନ୍ତ୍ରୀ ସୁଦାମ ମାରାଣ୍ତି,, ଶଶି ଭୂଷଣ ବେହେରା , ବିଧାୟକ ରୋହିତ ପୂଜାରୀ, ଅତନୁ ସବ୍ୟସାଚୀ ଓ ଦଳୀୟ ନେତା ଅରୁପ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି । ମନ୍ତ୍ରୀ ପଦ୍ମନାଭ ବେହେରା ,ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା ଓ ପିସିସି ସଭାପତି ମଧ୍ୟ ଗଭୀର ସମବେଦନା ଜଣାଇଛନ୍ତି।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ ଓ ତପନ ଦାସ , ଇଟିଭି ଭାରତ