ଓଡିଶା

odisha

ETV Bharat / city

ବିଧାନସଭାରେ ଏମଏସପି ପ୍ରସଙ୍ଗ, ସ୍ବାମୀନାଥନ କମିଟି ରିପୋର୍ଟ ଲାଗୁ ପାଇଁ ମନ୍ତ୍ରୀଙ୍କ ଦାବି - Swaminathan Committee report

ବିଧାନସଭାରେ ପୁଣି ଉଠିଲା ଏମଏସପି ପ୍ରସଙ୍ଗ । ଉତ୍ତର ରଖିଲେ କୃଷି ମନ୍ତ୍ରୀ । ଅଧିକ ପଢନ୍ତୁ...

ବିଧାନସଭାରେ ଏମଏସପି ପ୍ରସଙ୍ଗ
ବିଧାନସଭାରେ ଏମଏସପି ପ୍ରସଙ୍ଗ

By

Published : Feb 24, 2021, 11:51 AM IST

ଭୁବନେଶ୍ବର: ବିଧାନସଭାରେ ପୁଣି ଉଠିଛି ଏମଏସପି ପ୍ରସଙ୍ଗ । ଆଜି(ବୁଧବାର) ପ୍ରଶ୍ନକାଳରେ ଏହି ପ୍ରସଙ୍ଗ ଉଠିଥିବାବେଳେ ଧାନର ଏମଏସପି କଣ ପାଇଁ ବଢାଯାଉନି ବୋଲି ଅନେକ ବିଧାୟକ ପ୍ରଶ୍ନ କରିଛନ୍ତି । ଏହାର ଉତ୍ତର ରଖିବା ସହ କେନ୍ଦ୍ର ସ୍ବାମୀନାଥନ କମିଟି ରିପୋର୍ଟ ଲାଗୁ କରିବାକୁ କୃଷି ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି ।

ଏସଂକ୍ରାନ୍ତରେ ବିଜେଡି ବିଧାୟକ ଅମର ଶତପଥୀଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ କହିଛନ୍ତି,‘2017 ମାର୍ଚ୍ଚ 25 ତାରିଖରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ବିଣ୍ଟାଲ ପ୍ରତି 2930 ଟଙ୍କା କରିବା ପାଇଁ ଦାବି କରାଯାଇଥିଲା । 13 ଜୁଲାଇ 2018ରେ ମଧ୍ୟ ଏ କଥା ଉଠାଯାଇଥିଲା ।’

ବିଧାନସଭାରେ ଏମଏସପି ପ୍ରସଙ୍ଗ

ସେହିପରି ଧାନର ଉତ୍ପାଦନ ଖର୍ଚ୍ଚ 2344 ଟଙ୍କା ବୋଲି ହିସାବ କରିଥିଲେ ରାଜ୍ୟ ସରକାର । ରାଜ୍ୟ ସରକାର ନିରନ୍ତର ପ୍ରୟାସ କରୁଛନ୍ତି । ଏବେବି ମଧ୍ୟ ଏମଏସପି ବଢାଇବା ପାଇଁ କ୍ୟାବିନେଟରେ ପ୍ରସ୍ତାବ ପାରିତ ହୋଇ କେନ୍ଦ୍ର ପାଖକୁ ପଠାଯାଇଛି ବୋଲି ଗୃହରେ ଉତ୍ତର ରଖିଛନ୍ତି କୃଷି ମନ୍ତ୍ରୀ ଅରୁଣ ସାହୁ ।

ଅନ୍ୟପଟେ ଏମଏସପି ନିର୍ଦ୍ଧାରଣ ବେଳେ ସିଏସିପି ରାଜ୍ୟ ମାନଙ୍କର ମତାମତ ନେଇଥାଏ । କିନ୍ତୁ ଜାତୀୟ ହାରକୁ ନେଇ ଏମଏସପି ନିର୍ଦ୍ଧାରଣ କରାଯାଉଛି । ଯେଉଥିପାଇଁ ଓଡିଶା କ୍ଷତିଗ୍ରସ୍ତ ହେଉଛି ବୋଲି ଗୃହରେ କହିଛନ୍ତି ମନ୍ତ୍ରୀ ଅରୁଣ ସାହୁ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ABOUT THE AUTHOR

...view details