ଭୁବନେଶ୍ବର: ଚେତୁନାହାଁନ୍ତି ବିଜେଡି ବିଧାୟକ ଓ ମନ୍ତ୍ରୀ। ଗୃହରେ ଆଲୋଚନା ଚାଲିଥିବାବେଳେ ଆଜି ବି ରହିଛି ଶାସକ ଦଳର ସଂଖ୍ୟା କମ।ଶୂନ୍ୟକାଳରେ ଗୃହରେ କୌଣସି ମନ୍ତ୍ରୀ ଉପସ୍ଥିତ ନଥିଲେ। ଯାହାକୁ ନେଇ ହଙ୍ଗମା କରିଥିଲେ ବିରୋଧୀ।
ଶୂନ୍ୟକାଳରେ ମନ୍ତ୍ରୀ ଅନୁପସ୍ଥିତ, ବିରୋଧୀଙ୍କ ହୋ ହାଲ୍ଲା - ministers are absent in zero hour
ଶୂନ୍ୟକାଳରେ ଗୃହରେ କୌଣସି ମନ୍ତ୍ରୀ ଉପସ୍ଥିତ ନଥିବାରୁ ବିରୋଧୀ ହୋ ହାଲ୍ଲା କରିଛନ୍ତି।

ଶୂନ୍ୟକାଳରେ ମନ୍ତ୍ରୀ ଅନୁପସ୍ଥିତ
ପୋଡିୟମ ସାମ୍ନାକୁ ଆସି ହୋହଲ୍ଲା କରିଥିଲେ ବିରୋଧି ବିଧାୟକ। ପ୍ରଥମେ ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି ଗୃହକୁ ଆସିଥିଲେ। ଏହା ପରେ ଜଣଙ୍କ ପରେ ଜଣେ ଆସିଥିଲେ। ଗୃହକାର୍ଯ୍ୟ ଚାଲୁଥିବା ବେଳେ କିଛି ମନ୍ତ୍ରୀଙ୍କ ଉପସ୍ଥିତି ସୁନିଶ୍ଚିତ କରିବା ପାଇଁ ସରକାରୀ ଦଳ ମୁଖ୍ୟ ସଚେତକଙ୍କୁ ବାଚସ୍ପତି ନିର୍ଦ୍ଦେଶ ଦେଇଥିଲେ। ବୁଧବାର ଶାସକ ଦଳର ମାତ୍ର 25 ଜଣ ସଭ୍ୟ ଉପସ୍ଥିତ ଥିଲେ। ଗତକାଲି ମଧ୍ୟ ମୁଲତବୀ ଆଲୋଚନା ବେଳେ ଶାସକ ବିଜେଡି ବିଧାୟକଙ୍କ ସଂଖ୍ୟା 20ରୁ କମ ରହିଥିଲା।
ଶୂନ୍ୟକାଳରେ ମନ୍ତ୍ରୀ ଅନୁପସ୍ଥିତ
ଭୁନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ