ଓଡିଶା

odisha

ETV Bharat / city

World Pakhala Divas: ମୁଖ୍ୟମନ୍ତ୍ରୀଙ୍କଠୁ କେନ୍ଦ୍ରମନ୍ତ୍ରୀ, ନେତାଠୁ ଅଭିନେତା ଜଣାଇଲେ ଶୁଭେଚ୍ଛା - ପଖାଳ ଦିବସ ଶୁଭେଚ୍ଛା

ଓଡ଼ିଆଙ୍କ ପ୍ରିୟ ଖାଦ୍ୟ ପଖାଳ ଦିବସରେ ମୁଖ୍ୟମନ୍ତ୍ରୀଙ୍କଠୁ କେନ୍ଦ୍ରମନ୍ତ୍ରୀ, ନେତାଙ୍କ ଠାରୁ ଅଭିନେତା, ଯନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ମନ୍ତ୍ରୀ ଦେଲେ ପଖାଳ ଦିବସର ଶୁଭେଚ୍ଛା । ଅଧିକ ପଢନ୍ତୁ

World Pakhala Divas: ମୁଖ୍ୟମନ୍ତ୍ରୀଙ୍କଠୁ କେନ୍ଦ୍ରମନ୍ତ୍ରୀ, ନେତାଠୁ ଅଭିନେତା ଜଣାଇଲେ ଶୁଭେଚ୍ଛା
World Pakhala Divas: ମୁଖ୍ୟମନ୍ତ୍ରୀଙ୍କଠୁ କେନ୍ଦ୍ରମନ୍ତ୍ରୀ, ନେତାଠୁ ଅଭିନେତା ଜଣାଇଲେ ଶୁଭେଚ୍ଛା

By

Published : Mar 20, 2022, 5:34 PM IST

Updated : Mar 20, 2022, 5:46 PM IST

ଭୁବନେଶ୍ବର: ସାରା ଦେଶ ପାଳୁଛି ବିଶ୍ବ ପଖାଳ ଦିବସ । ଓଡ଼ିଆଙ୍କ ପ୍ରିୟ ଖାଦ୍ୟ ପଖାଳର ସ୍ଵାଦ ସମସ୍ତଙ୍କ ମୁହଁରେ । ମୁଖ୍ୟମନ୍ତ୍ରୀଙ୍କଠୁ କେନ୍ଦ୍ରମନ୍ତ୍ରୀ, ନେତାଙ୍କ ଠାରୁ ଅଭିନେତା, ଯନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ମନ୍ତ୍ରୀ ସମସ୍ତେ ପାଳୁଛନ୍ତି ପଖାଳ ଦିବସ । ପଖାଳ ଖାଇବାର ଫଟୋ ଓ ଭିଡିଓ ପୋଷ୍ଟ କରି ସମସ୍ତେ ଦେଉଛନ୍ତି ପଖାଳ ଦିବସର ଶୁଭେଚ୍ଛାର ବାର୍ତ୍ତା ।

ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, IAS ଅଫିସର ଅରବିନ୍ଦ ପାଢୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ସଭାପତି ସମୀର ମହାନ୍ତି, କଂଗ୍ରେସ ନେତା ସୁର ରାଉତରାୟ ଶୁଭେଚ୍ଛା ବାର୍ତ୍ତାରେ ଯୋଡି ହୋଇଯାଇଛନ୍ତି । ସେହିପରି କଟକ ଡିସିପି ପ୍ରତୀକ ସିଂହ, OTDC ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି, ବିଧାୟକ ପ୍ରୀତି ରଞ୍ଜନ ଘଡେଇ, ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ, ସମରେଶ ରାଉତରାୟ ପଖାଳ ଦିବସରେ ଶୁଭେଚ୍ଛା ଜଣାଇଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଖାଳ ମୋର ପସନ୍ଦ କହିବା ସହ ଏହି ଦିବସରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏଥିସହ ପଖାଳ ଖାଇବାର ଏକ ଭିଡିଓ ଜାରି କରିଛନ୍ତି ମୁଖ୍ୟମନ୍ତ୍ରୀ ।

ସେପରି, ଟ୍ବିଟରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲେଖିଛନ୍ତି ଯେ, 'ଆମ ଓଡ଼ିଆ ଲୋକଙ୍କର ପ୍ରିୟ ଖାଦ୍ୟ ‘ପଖାଳ’ ଖାଇ ଅତ୍ୟନ୍ତ ଆନନ୍ଦିତ । ପଖାଳ ମୋର ଅତି ପ୍ରିୟ । ପଖାଳ ସାଙ୍ଗରେ ଅନ୍ୟାନ୍ୟ ସ୍ବାଦିଷ୍ଟ ଓଡ଼ିଆ ବ୍ୟଞ୍ଜନର ସ୍ବାଦ ସତରେ ନିଆରା ।'

'ଆଜି ବିଶ୍ୱ ପଖାଳ ଦିବସ ଅବସରରେ ଆମ ପରମ୍ପରା ଅନନ୍ୟ ଗର୍ବ ଆମ ଓଡ଼ିଆ ଲୋକଙ୍କ ପ୍ରିୟ ଖାଦ୍ୟ 'ପଖାଳ' କୋରାପୁଟ ଜିଲ୍ଲାର କାର୍ଯ୍ୟକର୍ତ୍ତାଙ୍କ ସହ ଖାଇ ମୁଁ ଆନନ୍ଦିତ। ପଖାଳ ସାଙ୍ଗକୁ ବିଭିନ୍ନ ପ୍ରକାର ସ୍ୱାଦିଷ୍ଟ ଓଡ଼ିଆ ବ୍ୟଞ୍ଜନର ସ୍ୱାଦ ସତରେ ନିଆରା।' ପଖାଳ ଦିବସ ଅବସରରେ ଅନେକ ଶୁଭେଚ୍ଛା ଜଣାଇଛନ୍ତି ବିଜେପି ସଭାପତି ସମୀର ମହାନ୍ତି ।

ସାଂସଦ ଅଚ୍ୟୁତ ସାମନ୍ତ ଲେଖିଛନ୍ତି ଯେ, "ପଖାଳ" ହେଉଛି ଓଡ଼ିଆ ଜାତିର ସ୍ପର୍ଦ୍ଧିତ ପରିଚୟ । ବିଶ୍ବର ଅଗଣିତ ଓଡ଼ିଆଙ୍କୁ ପଖାଳ ଦିବସର ଅସୁମାରୀ ଅଭିନନ୍ଦନ ।

OTDC ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର କହିଛନ୍ତି ଯେ, ପ୍ରତ୍ୟେକ ଓଡ଼ିଆ ଘରର ହାଣ୍ଡିଶାଳର ଖାଦ୍ୟ ‘ପଖାଳ’ । ଓଡ଼ିଆଙ୍କ ନିଆରା ଖାଦ୍ୟକୁ ସମଗ୍ର ବିଶ୍ୱରେ ପରିଚିତ କରାଇବାକୁ ସମର୍ପିତ ଦିନଟିଏ ପଖାଳ ଦିବସ l ଯାହାକୁ ଆମର ଲକ୍ଷ ଲକ୍ଷ ଓଡ଼ିଆ ଭାଇଭଉଣୀମାନେ ସମଗ୍ର ବିଶ୍ୱରେ ପରିଚିତ କରାଉଛନ୍ତି l ଓଡ଼ିଆଙ୍କ ଅସ୍ମିତା, ଶ୍ରୀଜଗନ୍ନାଥ ସଂସ୍କୃତି ସହ ଜଡ଼ିତ ‘ପଖାଳ’ ଦିବସରେ ସମସ୍ତଙ୍କୁ ଶୁଭକାମନା ।'

ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ମାଆଙ୍କ ହାତରୁ ପଖାଳ ଖାଇ ଶୁଭେଚ୍ଛା ଜଣାଇଛନ୍ତି । ଅନୁଭବ ଟ୍ବିଟ କରି କହିଛନ୍ତି ଯେ, “ମୁଁ ଓଡି଼ଆ” ବୋଲି ଗର୍ବର ସହ ନିଜର ପରିଚୟ ଦିଏ । "ବିଶ୍ଵ ପଖାଳ ଦିବସ" ଅବସରରେ ହାର୍ଦ୍ଦିକ ଅଭିନନ୍ଦନ । ଆମ ପଖାଳ, ଆମ ପାଇଁ ଅମୃତ।'

Last Updated : Mar 20, 2022, 5:46 PM IST

ABOUT THE AUTHOR

...view details