ଓଡିଶା

odisha

'ରାସ୍ତା ଜନିତ କୌଣସି ଦୁର୍ନୀତି ଅଭିଯୋଗ ଆସିଲେ 7 ଦିନ ଭିତରେ ହେବ ତଦନ୍ତ'

By

Published : Jul 16, 2019, 1:14 PM IST

ରାଜ୍ୟରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ 55,066.44 କିଲୋମିଟର ରାସ୍ତା ନିର୍ମାଣ କରାଯାଇଛି । ଏଥି ସମେତ 22,318 ରାସ୍ତାର ରକ୍ଷଣାବେକ୍ଷଣ କରାଯାଉଛି । ଯେଉଁ ଠିକାଦାରମାନେ ରାସ୍ତାର ରକ୍ଷଣାବେକ୍ଷଣ କରୁନାହାଁନ୍ତି ସେମାନଙ୍କ ଠାରୁ 1.71 କୋଟି ଟଙ୍କା ଜୋରିମାନା ଆଦାୟ କରାଯାଇଛି ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ ସୁଶାନ୍ତ ସିଂ ।  ରାସ୍ତା ଜନିତ କୌଣସି ଦୁର୍ନୀତି ଅଭିଯୋଗ ଆସିଲେ 7 ଦିନ ଭିତରେ ତଦନ୍ତ ହେବ ବୋଲି ମଧ୍ୟ କହିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ୱର

ଭୁବନେଶ୍ବର: ବିଧାନସଭାରେ ପ୍ରଶ୍ନକାଳରେ ସୂଚନା ଦେଲେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ । ବିଧାନସଭା ବଜେଟ୍ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟରେ ରାଜ୍ୟରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ଦୁର୍ନୀତି ଅଭିଯୋଗ । ଏ ସମସ୍ତ ଅଭିଯୋଗ ଓ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା ସମ୍ପର୍କରେ ସୂଚନା ଦେଇଛନ୍ତି ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ ।

ରାଜ୍ୟରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ 55,066.44 କିଲୋମିଟର ରାସ୍ତା ନିର୍ମାଣ କରାଯାଇଛି । ଏଥି ସମେତ 22,318 ରାସ୍ତାର ରକ୍ଷଣାବେକ୍ଷଣ କରାଯାଉଛି । ଯେଉଁ ଠିକାଦାରମାନେ ରାସ୍ତାର ରକ୍ଷଣାବେକ୍ଷଣ କରୁନାହାଁନ୍ତି ସେମାନଙ୍କ ଠାରୁ 1.71 କୋଟି ଟଙ୍କା ଜୋରିମାନା ଆଦାୟ କରାଯାଇଛି ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ ।

ଭିିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ୱର

ବିଧାନସଭାରେ ରାସ୍ତା କାମରେ ଅନିୟମିତତା ରୋକିବା ପାଇଁ ଫୋନ ନମ୍ବର ଜାରି କରାଯାଇଥିବା ସୂଚନା ଦେଇଛନ୍ତି ସୁଶାନ୍ତ ସିଂ । ନମ୍ବରଟି ହେଉଛି 9437034321। ପରବର୍ତ୍ତୀ ସମୟରେ ଏହାକୁ ଟୋଲଫ୍ରି ନମ୍ବରରେ ପରିବର୍ତ୍ତନ କରାଯିବ କଥା କହିଛନ୍ତି ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ।

ରାସ୍ତା ଜନିତ କୌଣସି ଦୁର୍ନୀତି ଅଭିଯୋଗ ଆସିଲେ 7 ଦିନ ଭିତରେ ତଦନ୍ତ ହେବ । 60 ଦିନ ଭିତରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଉତ୍ତର ରଖିଛନ୍ତି ଗ୍ରାମ୍ୟଉନୟନ ମନ୍ତ୍ରୀ ସୁଶାନ୍ତ ସିଂ ।

ଏହାସହ ଯେଉଁ ବିଧାୟକଙ୍କ ଅଞ୍ଚଳରେ ରାସ୍ତା ଜନତି ସମସ୍ୟା ଓ ଅସୁବିଧା ରହିଛି, ମନ୍ତ୍ରୀଙ୍କୁ ଲିଖିତ ଭାବରେ ଅବଗତ କରାଇବା କଥା କହିଛନ୍ତି ମନ୍ତ୍ରୀ । ଏହାସହ ଅଭିଯୋଗକୁ 7 ଦିନ ଭିତରେ ପଦକ୍ଷେପ ନିଆଯିବ ବୋଲି ରୁଲିଂ ଦେଲେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ।


ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details