ଭୁବନେଶ୍ବର:ରାଜ୍ୟରେ କେତେ ଅଛନ୍ତି ଭିକାରୀ ? କେତେ ପୁରୁଷ କେତେ ମହିଳା ? ଏହାସହ ଶିଶୁ ଭିକାରୀ ସଂଖ୍ୟା କେତେ ? କେଉଁ ଜିଲ୍ଲାରେ କେତେ ଭିକାରୀ ଅଛନ୍ତି ? ଆଜି ବିଧାନସଭାରେ ଏହି ପ୍ରଶ୍ନ ପଚାରିଥିଲେ ସମ୍ବଲପୁର ରେଙ୍ଗାଲୀ ବିଧାୟକ ନାଉରୀ ନାୟକ ।
ଉତ୍ତରରେ ଭିନ୍ନକ୍ଷମ ସାମାଜିକ କଲ୍ୟାଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଛନ୍ତି, ବର୍ତ୍ତମାନ ସୁଦ୍ଧା ରାଜ୍ୟରେ 6 ହଜାର 970 ଜଣ ଭିକାରୀଙ୍କୁ ଚିହ୍ନଟ କରାଯାଇଛି । ଏଥି ମଧ୍ୟରୁ 4 ହଜାର 128 ପୁରୁଷ ଭିକାରୀ ଥିବାବେଳେ 2 ହଜାର 842 ମହିଳା ଭିକାରୀ ଅଛନ୍ତି । ଏହାସହ କଟକରେ ସର୍ବାଧିକ 1 ହଜାର 60 ଜଣ ଭିକାରୀ ଅଛନ୍ତି । ବରଗଡ ଜିଲ୍ଲାରେ 595 ଜଣ ଭିକାରୀ ଅଛନ୍ତି । ତୃତୀୟ ସ୍ଥାନରେ ରହିଛି ଗଞ୍ଜାମ ଜିଲ୍ଲା । ଯେଉଁଠାରେ ଅଛନ୍ତି 545 ଜଣ ଭିକାରୀ ବୋଲି ମନ୍ତ୍ରୀ ବିଧାନସଭାରେ ସୂଚନା ଦେଇଛନ୍ତି ।