ଓଡିଶା

odisha

ETV Bharat / city

ମନ୍ତ୍ରୀ ନିଜର ଶିକ୍ଷାଗତ ଯୋଗ୍ୟତା ସାର୍ବଜନୀନ କରନ୍ତୁ: କଂଗ୍ରେସ - minister padmanabha behera

ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ନିର୍ବାଚନ ସତ୍ୟପାଠ ପ୍ରସଙ୍ଗକୁ ଘେରିଲା କଂଗ୍ରେସ । ରାଜ୍ୟବାସୀଙ୍କୁ ପଦ୍ମନାଭ ବେହେରା ଶିକ୍ଷାଗତ ଯୋଗ୍ୟତା କୁହନ୍ତୁ ବୋଲି କହିଲେ କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର । ଅଧିକ ପଢନ୍ତୁ...

congress
ମନ୍ତ୍ରୀ ନିଜର ଶିକ୍ଷାଗତ ଯୋଗ୍ୟତାର ସାର୍ବଜନୀନ କରନ୍ତୁ : କଂଗ୍ରେସ

By

Published : Mar 13, 2020, 3:12 PM IST

ଭୁବନେଶ୍ବର: ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ନିର୍ବାଚନ ସତ୍ୟପାଠ ପ୍ରସଙ୍ଗ ଉପରେ କଂଗ୍ରେସର ଅଭିଯୋଗ । ମିଥ୍ୟା ଶିକ୍ଷାଗତ ଯୋଗ୍ୟତା ଦେଖାଇଥିବା କଂଗ୍ରେସ ଅଭିଯୋଗ କରିଛି । ଏହାସହ କଂଗ୍ରେସକୁ ମନ୍ତ୍ରୀ ଦେଇଥିବା ଲିଗାଲ ନୋଟିସ ଉପରେ ମଧ୍ୟ କଂଗ୍ରେସ ସ୍ପଷ୍ଟୀକରଣ ଦେଇଛି ।

ମନ୍ତ୍ରୀ ନିଜର ଶିକ୍ଷାଗତ ଯୋଗ୍ୟତାର ସାର୍ବଜନୀନ କରନ୍ତୁ : କଂଗ୍ରେସ

ରାଜ୍ୟ କଂଗ୍ରେସ ପକ୍ଷରୁ ମୁଖପାତ୍ର ନିଶିକାନ୍ତ ମିଶ୍ର କହିଛନ୍ତି ଯେ, ‘ଆମେ ନୋଟିସକୁ ଗ୍ରହଣ କରୁଛୁ। ମନ୍ତ୍ରୀ ତାଙ୍କ ଶିକ୍ଷାଗତ ଯୋଗ୍ୟତା ଏପର୍ଯ୍ୟନ୍ତ କହିଲେନି। ମନ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତାରେ ଭୁଲ ସତ୍ୟପାଠ ନେଇ ବୀରମହାରାଜପୁର ଥାନାରେ ତାଙ୍କ ନାଁରେ ଅଭିଯୋଗ ହୋଇଥିଲା। ଏହାକୁ ଶୁଣାଣି କରି 9-1-2020 ରେ ଉଚ୍ଚନ୍ୟାୟଳୟ ବୀରମହାରାଜପୁର ଥାନାରେ ହୋଇଥିବା ଏତଲାକୁ ଗ୍ରହଣ କରି ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।’

ସାଧୁତା ଓ ‘5ଟି’ କଥା କହୁଥିବା ସରକାର କାହିଁକି ଉଚ୍ଚନ୍ୟାୟଳୟ ନିର୍ଦ୍ଦେଶ ପାଳନ କରୁନାହାନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । ସେହିପରି, ନିଶିକାନ୍ତ କହିଛନ୍ତି,‘ମନ୍ତ୍ରୀ ଦୁଇଟି କଥା କୁହନ୍ତୁ, ତାଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଉଚ୍ଚନ୍ୟାୟଳୟ ନିର୍ଦ୍ଦେଶ ଦେଇଛନ୍ତି କି ନାହିଁ। ରାଜ୍ୟବାସୀଙ୍କୁ ପଦ୍ମନାଭ ବେହେରା ଶିକ୍ଷାଗତ ଯୋଗ୍ୟତା କୁହନ୍ତୁ ।’ ଏହାସହ ପଦ୍ମନାଭଙ୍କୁ ମନ୍ତ୍ରୀ ମଣ୍ଡଳରୁ ବହିଷ୍କାର ସହ ଫୌଜଦାରୀ ମାମଲା ରୁଜୁ କରିବାକୁ ସେ ଦାବି କରିଛନ୍ତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ABOUT THE AUTHOR

...view details