ଓଡିଶା

odisha

ETV Bharat / city

ସିଡ୍ୟୁଲ ଅଞ୍ଚଳରେ ବଦଳିଲା ସରକାରଙ୍କ ନିଷ୍ପତ୍ତି, ପାଖାପାଖି ୩୦୦୦ ସ୍କୁଲର ହେବ ମିଶ୍ରଣ

ରାଜ୍ୟରେ ସ୍କୁଲ ବନ୍ଦ ନେଇ ଗୃହରେ ଉତ୍ତର ରଖିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ସିଡ୍ୟୁଲ ଅଞ୍ଚଳରେ ଏଣିକି 20 ନୁହେଁ 15 ରୁ କମ ଛାତ୍ରଛାତ୍ରୀ ଥିଲେ ସେ ସ୍କୁଲକୁ ମିଶ୍ରଣ କରାଯିବ । ସେହିଭଳି ସ୍କୁଲ ସଂଖ୍ୟା ପାଖାପାଖି 3 ହଜାର ଆସିପାରେ ବୋଲି ମନ୍ତ୍ରୀ କହିଛନ୍ତି । ଅଧିକ ପଢନ୍ତୁ...

ସିଡ୍ୟୁଲ ଅଞ୍ଚଳରେ ବଦଳିଲା ସରକାରଙ୍କ ନିଷ୍ପତ୍ତି ,ପାଖାପାଖି ୩୦୦୦ ସ୍କୁଲର ହେବ ମିଶ୍ରଣ
ସିଡ୍ୟୁଲ ଅଞ୍ଚଳରେ ବଦଳିଲା ସରକାରଙ୍କ ନିଷ୍ପତ୍ତି ,ପାଖାପାଖି ୩୦୦୦ ସ୍କୁଲର ହେବ ମିଶ୍ରଣ

By

Published : Nov 22, 2020, 5:55 PM IST

ଭୁବନେଶ୍ବର: ରାଜ୍ୟରେ ସ୍କୁଲ ବନ୍ଦ ନେଇ ସରକାରଙ୍କ ନିଷ୍ପତ୍ତି ବିରୋଧରେ ତେଜୁଛି ସ୍ବର । ତେବେ ଏହା ଉପରେ ଉତ୍ତର ରଖିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ମନ୍ତ୍ରୀ କହିଛନ୍ତି, କୌଣସି ବିଦ୍ୟାଳୟକୁ ଉଦେଶ୍ୟମୂଳକ ଭାବେ ବନ୍ଦ କରିବା ସରକାରଙ୍କ ଉଦେଶ୍ୟ ନୁହେଁ । ଆଇନ ବାହାରକୁ ଯାଇ ସରକାର କିଛି କରିନାହାଁନ୍ତି ବୋଲି ମତ ରଖିଛନ୍ତି ସମୀର ।

ମନ୍ତ୍ରୀ ସମୀର ଦାଶ କହିଛନ୍ତି, 2013ରେ ସିଡ୍ୟୁଲ ଓ ନନ ସିଡ୍ୟୁଲ ଅଞ୍ଚଳରେ ସ୍କୁଲ ଖୋଲିବା ପାଇଁ ସରକାର ନିୟମ କରିଥିଲେ । ରାଜ୍ୟରେ ବର୍ତ୍ତମାନ ବିଦ୍ୟାଳୟ ସଂଖ୍ୟା 66 ହଜାର 594 । ସମସ୍ତ ଛାତ୍ରଛାତ୍ରୀଙ୍କୁ ଶ୍ରେଣୀ ଗୃହ ଓ ଶିକ୍ଷକ ଦେବା ସରକାରଙ୍କ ମୂଳ ଉଦେଶ୍ୟ ବୋଲି ସେ କହିଛନ୍ତି ।

ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ଛୋଟ ଛୋଟ ବିଦ୍ୟାଳୟଗୁଡିକର ଏକତ୍ରୀକରଣ କରି ବଡ ବିଦ୍ୟାଳୟ ସୃଷ୍ଟି କରିବା ଲକ୍ଷ୍ୟ ରହିଛି । ରାଜସ୍ଥାନ, ଝାଡ଼ଖଣ୍ଡ ଭଳି ଓଡ଼ିଶାରେ ଏଭଳି ପଦକ୍ଷେପ ନିଆଯାଇଛି । ଶିକ୍ଷାଦାନର ମାନବୃଦ୍ଧି ଓ ଶୈକ୍ଷିକ ବାତାବରଣ ସୃଷ୍ଟି କରିବା ଉଦେଶ୍ୟ ଅଛି । ଗୋଟିଏ ସ୍ଥାନରେ ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା ପ୍ରଦାନର ଅଛି ଲକ୍ଷ୍ୟ ।

ସେହିପରି ମନ୍ତ୍ରୀଙ୍କ କହିବା ଅନୁଯାୟୀ, ରାଜ୍ୟରେ 7772ଟି ସ୍କୁଲକୁ ମିଶ୍ରଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ସେଥିମଧ୍ୟରୁ 1724ଟି ସ୍କୁଲ ଉଭୟ ସିଡ୍ୟୁଲ ଓ ନନସିଡ୍ୟୁଲ ଅଞ୍ଚଳରେ 25 ଏବଂ 40 ଛାତ୍ରଛାତ୍ରୀ ଥିବା ସ୍କୁଲ ରହିଛି । 6048 ସ୍କୁଲରେ 20ରୁ କମ ଛାତ୍ରଛାତ୍ରୀ ଥିବା ସ୍କୁଲ ଅଛି । ସରକାର ଆଜି ନିଷ୍ପତ୍ତି ବଦଳାଇଛନ୍ତି । ସିଡ୍ୟୁଲ ଅଞ୍ଚଳରେ ଏଣିକି 20 ନୁହେଁ 15 ରୁ କମ ଛାତ୍ରଛାତ୍ରୀ ଥିଲେ ସେ ସ୍କୁଲକୁ ମିଶ୍ରଣ କରାଯିବ । ସେହିଭଳି ସ୍କୁଲ ସଂଖ୍ୟା ପାଖାପାଖି 3 ହଜାର ଆସିପାରେ ବୋଲି ମନ୍ତ୍ରୀ କହିଛନ୍ତି । ଏହାସହ କୌଣସି ଅଭିଯୋଗ ଥିଲେ ଜିଲ୍ଲାପାଳ କିମ୍ବା ମନ୍ତ୍ରୀଙ୍କୁ ବିଧାୟକମାନେ ଅଭିଯୋଗ କରିପାରିବେ ବୋଲି ସୂଚନା ଦେଇ କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details