ଭୁବନେଶ୍ବର:ଶିକ୍ଷକ ସଂଗଠନ ସହ ବୈଠକ କରିବେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ଆଜି ଲୋକସେବା ଭବନ ଠାରେ ଗଣଶିକ୍ଷା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ । ଏଥିରେ ୬ଟି ଶିକ୍ଷକ ସଂଘ ସାମିଲ ହେବେ । ବିଭିନ୍ନ ଦାବିକୁ ନେଇ ମନ୍ତ୍ରୀ ସମୀର ଦାଶ ଶିକ୍ଷକ ସଂଗଠନଗୁଡିକ ସହ ଆଲୋଚନା କରିବେ । ଓଷ୍ଟା, ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ, ରାଜ୍ୟ କଣ୍ଟକ୍ଟ ଶିକ୍ଷକ ସଂଘ, ଉତ୍କଳ ଶିକ୍ଷକ ଓ କର୍ମଚାରୀ ସଂଘ, ରାଜ୍ୟ ଊର୍ଦ୍ଧୁ ଶିକ୍ଷକ ସଂଘ ଏହି ବୈଠକରେ ଯୋଗ ଦେବେ ବୋଲି ସୂଚନା ମିଳିଛି ।
ଏହାମଧ୍ୟ ପଢନ୍ତୁ:ସ୍ମାର୍ଟ ହେବ VSSUT, ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ କୁଳପତି