ଭୁବନେଶ୍ବର:ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଏନ. ଭି ରମଣା ଲାଇଫଟାଇମ ଆଚିଭମେଣ୍ଟ ସମ୍ମାନ ପ୍ରଦାନ କରିଛନ୍ତି । ନବୀନଙ୍କୁ ଏହି ସମ୍ମାନ ମିଳିବା ପରେ ପ୍ରତିକ୍ରିୟା ରଖିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ମୁଖ୍ୟମନ୍ତ୍ରୀ ଓଡି଼ଶାକୁ ଏକ ସ୍ଵତନ୍ତ୍ର ପରିଚୟ ଲାଗି ସକ୍ଷମ ହୋଇଥିବା ସେ କହିଛନ୍ତି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଲାଇଫଟାଇମ ଆଚିଭମେଣ୍ଟ ସମ୍ମାନମିଳିବା ପରେ ମନ୍ତ୍ରୀ ସମୀର ଦାଶଙ୍କ ପ୍ରତିକ୍ରିୟା ନୂଆଦିଲ୍ଲୀର ଇଣ୍ଡିଆ ଇଣ୍ଟରନ୍ୟାସନାଲ ସେଣ୍ଟରରେ କ୍ୟାପିଟାଲ ଫାଉଣ୍ଡେସନ୍ ସୋସାଇଟି ପକ୍ଷରୁ ଆୟୋଜିତ ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଛି । ଦୀର୍ଘ ୨୫ ବର୍ଷ ଧରି ନିଜକୁ ଜନସେବାରେ ନିୟୋଜିତ କରିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଜି ‘ଜୀବନବ୍ୟାପୀ ସାଧନା ସମ୍ମାନ’ରେ ସମ୍ମାନିତ କରାଯାଇଛି ।
ମନ୍ତ୍ରୀ ସମୀର ଦାଶ କହିଛନ୍ତି, ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଏନ. ଭି ରମଣାଙ୍କ ଠାରୁ ଲାଇଫଟାଇମ ଆଚିଭମେଣ୍ଟ ସମ୍ମାନ ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିଶ୍ଚିତ ଭାବରେ ଓଡିଶାବାସୀଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ । ନିଷ୍ଠାର ସହିତ ୨୫ ବର୍ଷ ଧରି କାର୍ଯ୍ୟ କରିଥିଲେ ଏହା ହେଉଛି ତାର ନମୁନା । ବିଭିନ୍ନ ସମୟରେ ଭାରତର ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ଆଗରେ ଓଡିଶାର ମୁଖ୍ୟମନ୍ତ୍ରୀ ଆଗରେ ବା ଏକ ନମ୍ବର ହୋଇଛନ୍ତି । ଆଜି ଓଡିଶା କେବଳ ଭାରତ ବର୍ଷରେ ନୁହେଁ ସାରା ବିଶ୍ବରେ ମଧ୍ୟ ଏକ ସ୍ଵତନ୍ତ୍ର ପରିଚୟ ହାସଲ କରିବାକୁ ସକ୍ଷମ ହୋଇଛି ।"
ଏହା ବି ପଢନ୍ତୁ- ଜୀବନବ୍ୟାପୀ ସାଧନା ସମ୍ମାନରେ ସମ୍ମାନିତ ହେଲେ ନବୀନ
ଏକ ସରଳ ଜୀବନଯାପନକୁ ନିର୍ବାହ କରି ଓଡିଶାବାସୀଙ୍କର ଓ ଗରିବ ଲୋକଙ୍କର ସେବା ଯୋଗାଇବା ଓ ଓଡିଶାକୁ ବିକାଶ ପଥରେ ଆଗେଇ ନେବା ପାଇଁ ଯେଉଁ ଅହରହ ଉଦ୍ୟମ ତାହାର ନିଦର୍ଶନ ଆଜି ଦେଖିବାକୁ ମିଳିଛି । ତେଣୁ ସମସ୍ତ ଓଡିଶାବାସୀ ଆଜି ଅତ୍ୟନ୍ତ ଗର୍ବିତ । ଓଡି଼ଶାକୁ ଏକ ସ୍ଵତନ୍ତ୍ର ପରିଚୟ ଲାଗି ସକ୍ଷମ ହୋଇଛନ୍ତି । ବିରୋଧୀ ଦଳ ବୁଝିବା ଦରକାର ଯେ, ଯେତେବେଳେ ମୁଖ୍ୟମନ୍ତ୍ରୀଙ୍କ ସମ୍ପର୍କରେ ସ୍ଵର ଉଠାଇଛନ୍ତି ସେମାନେ ଓଡି଼ଶାବାସୀଙ୍କ ଠାରୁ ସେତିକି ସେତିକି ଦୂରେଇ ଯାଉଛନ୍ତି ।
ଏହା ହେଉଛି ଓଡି଼ଶାର ୨୫ ବର୍ଷର ଇତିହାସ । ଆଗାମୀ ଦିନରେ ଓଡି଼ଶାବାସୀ ଏହାର ପ୍ରତିଫଳନ ଦେବେ ବୋଲି ମନ୍ତ୍ରୀ କହିଛନ୍ତି । ସୂଚନା ଅନୁଯାୟୀ, ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଏନ. ଭି ରମଣାଙ୍କଠାରୁ ଲାଇଫଟାଇମ ଆଚିଭମେଣ୍ଟ ସମ୍ମାନ ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନୂଆଦିଲ୍ଲୀର ଇଣ୍ଡିଆ ଇଣ୍ଟରନ୍ୟାସନାଲ ସେଣ୍ଟରରେ କ୍ୟାପିଟାଲ ଫାଉଣ୍ଡେସନ୍ ସୋସାଇଟି ପକ୍ଷରୁ ଆୟୋଜିତ ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଛି ।
ଦୀର୍ଘ ୨୫ବର୍ଷ ଧରି ନିଜକୁ ଜନସେବାରେ ନିୟୋଜିତ କରିଥିବା ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଆଜି ‘ଜୀବନବ୍ୟାପୀ ସାଧନା ସମ୍ମାନ’ରେ ସମ୍ମାନିତ କରାଯାଇଛି । ନିଜର ଶାସନ ବ୍ୟବସ୍ଥା ବଳରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ନବୀନଙ୍କୁ ଏହି ସମ୍ମାନ ମିଳୁଥିବାରୁ ବିଭିନ୍ନ ଜାତୀୟ ଗଣମାଧ୍ୟମରୁ ଆରମ୍ଭ କରି ରାଜନୈତିକ ମହଲରେ ଏବେ ଏନେଇ ଚର୍ଚ୍ଚା ହେଉଛି ।
୧୯୯୭ରେ ରାଜନୀତିରେ ପାଦ ଦେଇଥିବା ନବୀନ ୨୦୦୦ ମସିହାରୁ ଲଗାତର ୫ଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବାର ରେକର୍ଡ କରିବା ସହ ବିକାଶର ନୂଆ ଅଧ୍ୟାୟ ସୃଷ୍ଟି କରିଛନ୍ତି । ଅଭାବ ଅନଟନ, ଦାରିଦ୍ର୍ୟ, ଅନାହାର, ଅନଗ୍ରସର ରାଜ୍ୟ ଭାବେ ଓଡ଼ିଶାର ଯେଉଁ ବଦନାମ୍ ଥିଲା, ତାହାକୁ ବହୁ ମାତ୍ରାରେ ହଟାଇବାରେ ସକ୍ଷମ ହୋଇଛନ୍ତି । ବିପର୍ଯ୍ୟୟ ମୁକାବିଲାରୁ ଆରମ୍ଭ କରି ସାଢ଼େ ୪କୋଟି ଓଡ଼ିଆଙ୍କ ପାଇଁ ଖାଦ୍ୟ ସୁରକ୍ଷାକୁ ନିଶ୍ଚିତ କରିବାରେ ତାଙ୍କ ମଡେଲକୁ ସାରା ବିଶ୍ବ ପ୍ରଶଂସା କରୁଛି ।
ଇଟିଭି ଭାରତ, ଭୁବନେଶ୍ବର