ଓଡିଶା

odisha

ETV Bharat / city

ବାଲିଆପାଳ ଶିକ୍ଷୟିତ୍ରୀ ଅସଦାଚରଣ ମାମଲା: ପ୍ରଧାନଶିକ୍ଷକଙ୍କ ସମେତ 3 ଜଣଙ୍କ ବଦଳି - Sameer das turn down

ବାଲିଆପାଳ ଶିକ୍ଷୟିତ୍ରୀଙ୍କୁ ପ୍ରଧାନ ଶିକ୍ଷକଙ୍କ ଅସଦାଚରଣ ଘଟଣାରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ପ୍ରତିକ୍ରିୟା ରଖିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା ଭୁବନେଶ୍ବର

By

Published : Nov 7, 2019, 2:03 PM IST

Updated : Nov 7, 2019, 2:27 PM IST

ଭୁବନେଶ୍ବର: ସ୍କୁଲ ଭିତରେ ଶିକ୍ଷୟିତ୍ରୀଙ୍କୁ ପ୍ରଧାନ ଶିକ୍ଷକଙ୍କ ଅସଦାଚରଣ ଘଟଣାରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ପ୍ରତିକ୍ରିୟା ରଖିଛନ୍ତି । ଏହି ଘଟଣାରେ ବାଲେଶ୍ବର ଡିଇଓଙ୍କୁ ମଗାଯାଇଥିବା ରିପୋର୍ଟ ଆସିଛି ।

ତଦନ୍ତ ରିପୋର୍ଟରେ ଅଭିଯୋଗର ସତ୍ୟତା ନଥିବା ମନ୍ତ୍ରୀ କହିଛନ୍ତି । ବିଦ୍ୟାଳୟରେ ସୁସ୍ଥ ପରିବେଶ ପାଇଁ ପ୍ରଧାନଶିକ୍ଷକଙ୍କ ସମେତ ଅଭିଯୋଗକାରିଣୀ ଶିକ୍ଷୟିତ୍ରୀ ଓ ଜଣେ ସହକାରୀ ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି କରାଯାଇଥିବା ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ସୂଚନା ଦେଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ଭୁବନେଶ୍ବର

ବାଲିଆପାଳର ଜାଠିଆସ୍ଥିତ କୃଷ୍ଣଭାନୁ ହାଇସ୍କୁଲରେ ଶିକ୍ଷୟିତ୍ରୀଙ୍କୁ ପ୍ରଧାନଶିକ୍ଷକ ଅସଦାଚରଣ କରୁଥିବା ଅଭିଯୋଗ ହୋଇଥିଲା । ଅଭିଯୋଗ ଅନୁସାରେ, ସ୍କୁଲର ପ୍ରଧାନଶିକ୍ଷକ ୮-୯ ମାସ ହେଲା ଖରାପ ବ୍ୟବହାର କରୁଥିଲେ । ବାରମ୍ବାର ଫୋନ କରିବା ଓ ତାଙ୍କ କଥା ମାନିଯିବା ପାଇଁ ଧମକ ଦେଉଥିଲେ । ସ୍କୁଲ ଭିତରେ ଏକୁଟିଆ ପାଇଲେ ଅଶ୍ଳୀଳ ଇଙ୍ଗିତ ସହ ଅସଦାଚରଣ କରିବାକୁ ବି ପଛାଉନାହାଁନ୍ତି ବୋଲି ଶିକ୍ଷୟିତ୍ରୀ ଅଭିଯୋଗ କରିଥିଲେ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Last Updated : Nov 7, 2019, 2:27 PM IST

ABOUT THE AUTHOR

...view details