ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟାକୁ ନେଇ ଧାନ ଅମଳ ଚିନ୍ତା । ଧାନ ସଂଗ୍ରହ ହେବାକୁ ଥିବା 5 ଜିଲ୍ଲାର ସମସ୍ତ ସରକାରୀ ଅଧିକାରୀଙ୍କୁ ପ୍ରସ୍ତୁତ ରହିବା ପାଇଁ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ନିର୍ଦ୍ଦେଶ । ତେବେ ସମ୍ଭାବ୍ୟ ବାତ୍ୟାର ପ୍ରକୋପ ଦେଖି ଆଗାମୀ ସମୟରେ ସତର୍କତା ମୂଳକ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ।
ସୂଚନା ଅନୁସାରେ, ପଶ୍ଚିମାଞ୍ଚଳରେ ଏବେ ଅମଳ ସମୟ। ତେଣୁ ସେଠି କିଛି ପ୍ରଭାବ ପଡିବା ସମ୍ଭାବନା ନାହିଁ । ତେବେ ବାତ୍ୟା ସମୟରେ ଉପକୂଳ ଜିଲ୍ଲାରେ ଫସଲ ଅମଳ ସମୟ ଥିବାରୁ କିଛି ମାତ୍ରାରେ କ୍ଷୟକ୍ଷତି ହେବାର ସମ୍ଭାବନା ରହିଛି ।