ଓଡିଶା

odisha

ETV Bharat / city

ମାର୍ଚ୍ଚ 31 ସୁଦ୍ଧା କିଣାଯିବ ସମସ୍ତ ଧାନ:ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ - ଧାନ କିଣା ପ୍ରସଙ୍ଗ ଯୋଗାଣ ମନ୍ତ୍ରୀଙ୍କ ବିବୃତି

ମାର୍ଚ୍ଚ 31 ସୁଦ୍ଧା କିଣାଯିବ ସମସ୍ତ ଧାନ
ମାର୍ଚ୍ଚ 31 ସୁଦ୍ଧା କିଣାଯିବ ସମସ୍ତ ଧାନ

By

Published : Mar 19, 2021, 11:35 AM IST

Updated : Mar 19, 2021, 2:19 PM IST

11:31 March 19

ଧାନ କିଣା ପ୍ରସଙ୍ଗରେ ଗୃହରେ ବିବୃତି ରଖିଲେ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ

ଭୁବନେଶ୍ବର: ଧାନ କିଣା ପ୍ରସଙ୍ଗରେ ଗୃହରେ ଉତ୍ତର ରଖିଛନ୍ତି ଯୋଗାଣ ଓ ଖାଉଟି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ । ରାଜ୍ୟରେ ଧାନ କ୍ରୟ ଜାରି ରହିଛି । ବର୍ତ୍ତମାନ ସୁଦ୍ଧା 61 ଲକ୍ଷ 24 ହଜାର ମେଟ୍ରିକ ଟନ ଧାନ କିଣାଯାଇଛି । ମାର୍ଚ୍ଚ 31 ସୁଦ୍ଧା ସମସ୍ତ ପଞ୍ଜିକୃତ ଚାଷୀଙ୍କ ଧାନ କିଣା ଯିବ ବୋଲି ବିଭାଗୀୟ ମନ୍ତ୍ରୀ ନିଜ ବିବୃତିରେ କହିଛନ୍ତି । 

ସେହିପରି ବିଗତ ଖରିଫ ତୁଳନାରେ 18 ପ୍ରତିଶତ ଅଧିକ ଧାନ କିଣା ଯାଇଛି । ପଞ୍ଜିକୃତ ଚାଷୀଙ୍କ ଧାନ ବିକ୍ରିରେ ଯେମିତି ସମସ୍ୟା ନ ହେବ ତାକୁ ସୁନିଶ୍ଚିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ବିଭିନ୍ନ ଜିଲ୍ଲାର ଧାନ କିଣା ନେଇ ଯେଉଁ ସମସ୍ୟା ରହିଛି ସେନେଇ ତଦନ୍ତ ଚାଲିଛି । ଅନ୍ୟପଟେ ଟୋକେନ ଲ୍ୟାପ୍ସ, ଜାଲିଆତି କରି ଧାନ ବିକ୍ରି କରୁଥିବା ଚାଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ବୋଲି  ମନ୍ତ୍ରୀ କହିଛନ୍ତି ।

ପଞ୍ଜିକୃତ ଚାଷୀ ଧାନ କିଣାରୁ ବଞ୍ଚିତ ହେବେ ନାହିଁ । ଯେଉଁମାନେ ନିର୍ଦ୍ଦିଷ୍ଟ ଅଭିଯୋଗ କରିବେ ସେନେଇ ସାମାଧାନ କରାଯିବ । ସେପଟେ ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୋଷ ପ୍ରକାଶ କରି ବିଜେପି ବିଧାୟକଙ୍କ କକ୍ଷତ୍ୟାଗ କରିଛନ୍ତି । ସେପଟେ ଏହା ପରେ ଗୃହକୁ 10 ମିନିଟ ପାଇଁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Last Updated : Mar 19, 2021, 2:19 PM IST

ABOUT THE AUTHOR

...view details