ଭୁବନେଶ୍ବର:ଦୀର୍ଘଦିନ ହେବ ଚାଷୀ ସମସ୍ୟା ନେଇ ଜାତୀୟ ସ୍ତରରେ ଚାଷୀ ଆନ୍ଦୋଳନ ଜାରି ରହିଛି । ରାଜ୍ୟରେ ବିଭିନ୍ନ ଚାଷୀ ସଂଗଠନ ଦ୍ବାରା ରାଜ ଭବନ ଘେରାଓ ମଧ୍ୟ ହୋଇଛି । ବିଜେପି ,ବିଜେଡି ଓ କଂଗ୍ରେସ ମଧ୍ୟରେ ଚାଷୀ ରାଜନୀତି ଜୋର ଧରିଛି । ବିଜେପି ପଶ୍ଚିମ ଓଡ଼ିଶାରେ ମଣ୍ଡି ସମସ୍ୟାକୁ ନେଇ ସରକାରଙ୍କୁ ଘେରିଛି । କଂଗ୍ରେସ ମଧ୍ୟ କୃଷି ଆଇନ ପ୍ରତ୍ୟାହାର ଦାବିରେ ଜିଦ ଧରି ବସିଛି ।
‘ଗତବର୍ଷ ତୁଳନାରେ ଚଳିତ ବର୍ଷ 20% ଅଧିକ ଧାନ ସଂଗ୍ରହ ହୋଇଛି’ - paddy collection
ଚଳିତ ବର୍ଷର ଧାନ କିଣା ଆରମ୍ଭ ହୋଇଛି । ଧାନ କିଣା ଅଧିକ ରହିଛି କହିଲେ ବିଭାଗୀୟ ମନ୍ତ୍ରୀ । ଅଧିକ ପଢନ୍ତୁ...
ତେବେ ଚଳିତ ବର୍ଷର ଧାନ କିଣା ଆରମ୍ଭ ହୋଇଛି । ସେନେଇ ପ୍ରିତିକ୍ରିୟା ରଖିଛନ୍ତି ଖାଦ୍ୟ ଯୋଗାଣ ଓ ସମବାୟ ମନ୍ତ୍ରୀ । ଧାନ କିଣାରେ ୨୦ ପ୍ରତିଶତ ଅଧିକ ରହିଛି। ମାର୍ଚ୍ଚ ୩୧ ସୁଦ୍ଧା ଟାର୍ଗେଟରୁ ଅଧିକ ପାଇବୁ ବୋଲି କହିଛନ୍ତି ବିଭାଗୀୟ ମନ୍ତ୍ରୀ । ଏ ଯାଏ ୪୦ଲକ୍ଷ ୬୬ ହଜାର ମେଟ୍ରିକ ଟନ ଧାନ କିଣି ସାରିଲୁଣି। ଗତବର୍ଷ ୩୩ ଲକ୍ଷ ୭୭ ହଜାର କିଣିଥିଲୁ। ବରଗଡ଼ ଜିଲ୍ଲାରୁ ୬ ଲକ୍ଷ ୯୩,୬୬୦ ମେଟ୍ରିକ ଟନ କିଣି ସାରିଛୁ । ଯାହା ଗତ ବର୍ଷରୁ ୧୫ ପ୍ରତିଶତ ଅଧିକ ରହିଛି। ବଲାଙ୍ଗୀରରୁ ୩୩ ପ୍ରତିଶତ ଅଧିକ କିଣି ଯାଇଛି । ଆନ୍ଦୋଳନ କରୁଥିବା ଚାଷୀ ମାର୍ଚ୍ଚ ୩୧ ତାରିଖ ଯାଏ ଅପେକ୍ଷା କରନ୍ତୁ। ଯାହାର ସମସ୍ୟା ଅଛି, ଆସନ୍ତୁ ଆଲୋଚନା କରନ୍ତୁ ବୋଲି ମନ୍ତ୍ରୀ କହିଛନ୍ତି ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ