ଓଡିଶା

odisha

ETV Bharat / city

ଜଳସେଚନକୁ ନେଇ ବିରୋଧୀଙ୍କ ପ୍ରଶ୍ନର ଉତ୍ତର ରଖିଲେ ଜଳସମ୍ପଦ ମନ୍ତ୍ରୀ - ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ

କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଓ ସନ୍ତୋଷ ସିଂ ସାଲୁଜା ଜଳସେଚନ ପ୍ରସଙ୍ଗଙ୍କୁ ରାଜ୍ୟ ସରକାଙ୍କୁ ଘେରିଥିଲେ । ଯାହାର ଉତ୍ତର ବିଧାନସଭାରେ ରଖିଛନ୍ତି ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ ।

ଫାଇଲ ଫଟୋ

By

Published : Nov 14, 2019, 10:05 PM IST

ଭୁବନେଶ୍ବର: ସବୁ ଜମିକୁ ଜଳସେଚନ ପ୍ରସଙ୍ଗଙ୍କୁ ନେଇ ରାଜ୍ୟ ସରକାରଙ୍କୁ ଘେରିଥିଲେ ବିରୋଧୀ । ଯାହାର ଉତ୍ତର ବିଧାନସଭାରେ ରଖିଛନ୍ତି ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସେ କହିଛନ୍ତି ଯେ, 5 ବର୍ଷରେ ରାଜ୍ୟର ସମସ୍ତ ବ୍ଲକକୁ 35% ଜଳସେଚନ ସୁବିଧା ଯୋଗାଇବା ଦେବା ପାଇଁ କୁହାଯାଇଥିଲା । 2011 ସୁଦ୍ଧା ପ୍ରତି ବ୍ଲକରେ ଜଳସେଚନ ସୁବିଧା ଯୋଗାଇ ଦେବାର ଲକ୍ଷ୍ୟ ପୂରଣ ହୋଇଥାନ୍ତା । ହେଲେ 2019ରେ ଏହି ଲକ୍ଷ୍ୟ ପୂରଣ ହୋଇପାରିନାହିଁ । ମୋଟ 314 ବ୍ଲକରୁ 245ଟି ବ୍ଲକରେ 35 ପ୍ରତିଶତରୁ ଅଧିକ ଜଳସେଚନ ଲକ୍ଷ୍ୟ ପୂରଣ ହୋଇଛି । ସେହିଭଳି ଆଉ 69ଟି ବ୍ଲକରେ ଏହି ଲକ୍ଷ୍ୟ ସାଧନ ହୋଇପାରିନାହିଁ । କିନ୍ତୁ ଲକ୍ଷ୍ୟ ସାଧନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରୟାସ ଜାରି ରହିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସେହିପରି 2009 ସୁଦ୍ଧା ରାଜ୍ୟର ମୋଟ 28 ଲକ୍ଷ 69 ହଜାର ହେକ୍ଟର ଚାଷ ଜମିରେ ଜଳସେଚନ ସୁବିଧା ଯୋଗାଇ ଦିଆଯାଇଥିଲା । 2019 ଜୁନ ଶେଷ ସୁଦ୍ଧା13 ଲକ୍ଷ 49 ହଜାର ହେକ୍ଟର ଚାଷ ଜମିରେ ଜଳସେଚନ ସୁବିଧା ସୃଷ୍ଟି ରଖାଯାଇଛି । ତନ୍ମଧ୍ୟରୁ ମୋଟ 42 ଲକ୍ଷ 18 ହଜାର ହେକ୍ଟର ଚାଷ ଜମିରେ ଜଳସେଚନର ସୁବିଧା କରାଯାଇଛି । ଏହି ସମୟ ମଧ୍ୟରେ ରାଜ୍ୟରେ ପ୍ରାୟ 22 ପ୍ରତିଶତ ଜଳସେଚନର ଅଭିବୃଦ୍ଧି ହୋଇଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details