ଓଡିଶା

odisha

ETV Bharat / city

ଅଧ୍ୟାପିକା ବୋହୂ ଦରମା ନେବା କଥାକୁ ସମ୍ପୂର୍ଣ୍ଣ ଭିତ୍ତିହୀନ କହିଲେ ପ୍ରଫୁଲ୍ଲ - daughter in laws salary

ବୋହୂଙ୍କ ବିରୋଧରେ ଆସିଥିବା ଅଭିଯୋଗର ପ୍ରତିକ୍ରିୟା ରଖିଛନ୍ତି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ।

ବୋହୂ ବିବାଦରେ ଛନ୍ଦି ହୋଇଛନ୍ତି ଖଣିମନ୍ତ୍ରୀ
ବୋହୂ ବିବାଦରେ ଛନ୍ଦି ହୋଇଛନ୍ତି ଖଣିମନ୍ତ୍ରୀ

By

Published : Jan 21, 2021, 5:53 PM IST

ଭୁବନେଶ୍ବର: ଖଣିମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ନାମରେ କ୍ଷମତାର ଅପବ୍ୟବହାର ହୋଇଥିବା ଅଭିଯୋଗ । ଗତକାଲି(ବୁଧବାର) ନିଜ ଅଧ୍ୟାପିକା ବୋହୂ ଛୁଟିରେ ଥାଇ କଲେଜକୁ ନଯାଇ ମଧ୍ୟ ମାସ ମାସ ଧରି ଦରମା ନେଇଥିବା ଅଭିଯୋଗ ହୋଇଥିଲା । ଯାହାକୁ ନେଇ ନିଜ ବୋହୂଙ୍କ ବିରୋଧରେ ଆସିଥିବା ଅଭିଯୋଗର ପ୍ରତିକ୍ରିୟା ରଖିଛନ୍ତି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ।

ବୋହୂ ବିବାଦରେ ଛନ୍ଦି ହୋଇଛନ୍ତି ଖଣିମନ୍ତ୍ରୀ

ସେ କହିଛନ୍ତି ଯେ, ଆରୋପ ସମ୍ପୂର୍ଣ୍ଣ ଭିତ୍ତିହୀନ । ଏମଏସସି ଏମଫିଲ କରିଛନ୍ତି । ରେଗୁଲାର ନୁହେଁ କି ବ୍ଲକଗ୍ରାଣ୍ଟ ଚାକିରି ନୁହେଁ । ପିଏଚଡ଼ି ପଢିବା ପାଇଁ ଆଡ଼ମିସନ ହୋଇଥିଲା । ଯେମିତି କ୍ଲାସ କରି ପିଲାଙ୍କୁ ପଢ଼ାଇବା କଥା ପଢାଉଥିଲେ । ଆରଟିଆଇ ଦ୍ବାରା ଆସୁଥିବା ତଥ୍ୟ ସମ୍ପୂର୍ଣ୍ଣ ଭିତ୍ତିହୀନ ।

ସୂଚନା ଅନୁସାରେ, ମନ୍ତ୍ରୀଙ୍କ ବୋହୂ ଲିପ୍ସା ପ୍ରଧାନ କାମାକ୍ଷାନଗର କଲେଜରେ ପ୍ରାଣୀ ବିଜ୍ଞାନ ଅଧ୍ୟାପକ ଥିଲେ। ହେଲେ ସେ ଛୁଟିରେ ଥିବାବେଳେ କଲେଜକୁ ନଆସି ମଧ୍ୟ ମାସ ମାସ ଧରି ଦରମା ନେଉଥିବା ନେଇ ଅଭିଯୋଗ ହୋଇଥିଲା । ଏବେ ଲୋକାୟୁକ୍ତ ଏହି ଘଟଣାର ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details