ଭୁବନେଶ୍ବର:ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ବିଭାଗ ଅଧୀନରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପର ପୁଙ୍ଖାନୁପୁଙ୍ଖ ସମୀକ୍ଷା କରିଛନ୍ତି । ରାଜ୍ୟ ନିର୍ମାଣ ସୌଧ ସମ୍ମିଳନୀ କକ୍ଷରେ ରାଜ୍ୟସ୍ତରୀୟ ଅଧିକାରୀମାନେ ମନ୍ତ୍ରୀଙ୍କୁ ପୂର୍ତ୍ତ ବିଭାଗ ଅଧୀନସ୍ଥ ବିଭିନ୍ନ ପ୍ରକଳ୍ପ ସମ୍ପର୍କରେ ବିଶଦ ଭାବେ ଅବଗତ କରାଇଛନ୍ତି ।
ପୂର୍ତ୍ତମନ୍ତ୍ରୀଙ୍କ ସମୀକ୍ଷା; ୫T ଆଧାରରେ ପ୍ରସ୍ତାବିତ ପ୍ରକଳ୍ପକୁ ଶେଷ କରିବାକୁ ନିର୍ଦ୍ଦେଶ - ପ୍ରଫୁଲ୍ଲ କୁମାର ମଲ୍ଲିକ
ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ(Prafulla Kumar Mallik) ବିଭାଗ ଅଧୀନରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପର ପୁଙ୍ଖାନୁପୁଙ୍ଖ ସମୀକ୍ଷା କରିଛନ୍ତି । ଅଧିକ ପଢନ୍ତୁ
ମନ୍ତ୍ରୀ ଅଧିକାରୀମାନଙ୍କୁ ୫-‘ଟି’ ଆଧାରରେ କାର୍ଯ୍ୟ କରି ପ୍ରସ୍ତାବିତ ପ୍ରକଳ୍ପଗୁଡ଼ିକୁ ଧାର୍ଯ୍ୟ ସମୟ ମଧ୍ୟରେ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯେଉଁ ପ୍ରକଳ୍ପଗୁଡ଼ିକ ଧାର୍ଯ୍ୟ ସମୟ ମଧ୍ୟରେ ବିଭିନ୍ନ କାରଣବଶତଃ ଅଟକି ରହିଛି ସେଗୁଡ଼ିକ ଉପରେ ଉଚିତ ଧ୍ୟାନ ଦେଇ ତାହାର କାର୍ଯ୍ୟକୁ ତ୍ୱରାନ୍ୱିତ କରି ଯଥାଶୀଘ୍ର ଶେଷ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ବୈଠକର ନିଷ୍କର୍ସ ଅନୁଯାୟୀ ଧାର୍ଯ୍ୟ କରାଯାଇଥିବା କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଆସନ୍ତା ମାସ ସମୀକ୍ଷା ବୈଠକରେ ଆଲୋଚନା କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।
ସମୀକ୍ଷା ବୈଠକରେ ଇଞ୍ଜିନିୟର ଇନ୍ ଚିଫ୍ ଜିତେନ୍ଦ୍ର ପାଲ୍, ସ୍ୱତନ୍ତ୍ର ଶାସନ ସଚିବ ମନୋରଞ୍ଜନ ମିଶ୍ର, ସଡକ ମୁଖ୍ୟଯନ୍ତ୍ରୀ ତାରା ମିଶ୍ର, କୋଠାବାଡି ମୁଖ୍ୟଯନ୍ତ୍ରୀ ଗୌରାଙ୍ଗ ସାହୁ, ବିଶ୍ୱବ୍ୟାଙ୍କ ମୁଖ୍ୟଯନ୍ତ୍ରୀ ରାମକୃଷ୍ଣ ମହାରଣା ପ୍ରମୁଖ ଏହି ସମୀକ୍ଷ ବୈଠକରେ ଉପସ୍ଥିତ ଥିବାବେଳେ ସମସ୍ତ ଜିଲ୍ଲାର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ତଥା ନିର୍ବାହୀ ଯନ୍ତ୍ରୀମାନେ ଭିସି ମାଧ୍ୟମରେ ପ୍ରକଳ୍ପଗୁଡ଼ିକର କାର୍ଯ୍ୟାନ୍ୱୟନ ନେଇ ଆଲୋଚନା କରିଛନ୍ତି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ