ଓଡିଶା

odisha

ETV Bharat / city

ଫସିବେ ଅଫିସର, ମୋହରା ହେବେ ଦଲାଲ

ଅଭ୍ୟାସଗତ ଲାଞ୍ଚୁଆଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ । ଅକ୍ଟୋବର ସୁଦ୍ଧା ଦୁର୍ନୀତିଗ୍ରସ୍ତ ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ । ଏନେଇ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

By

Published : Sep 28, 2019, 1:30 PM IST

ଭୁବନେଶ୍ବର: ଅକ୍ଟୋବର ସୁଦ୍ଧା ଦୁର୍ନୀତିଗ୍ରସ୍ତ ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ । ଏନେଇ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ତେବେ ଗିରଫ ହୋଇଥିବା ଦଲାଲଙ୍କ ମାଧ୍ୟମରେ ଚିହ୍ନଟ ହେବେ ଆରଟିଓ ଅଫିସର ଓ ଦୁର୍ନୀତିଗ୍ରସ୍ତ କର୍ମଚାରୀ ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ଅଭ୍ୟାସଗତ ଲାଞ୍ଚୁଆଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ । ଅନେକ ଦିନ ହେବ ପରିବହନ ବିଭାଗର ବଦଳି ହୋଇନି । ଅକ୍ଟୋବର ସୁଦ୍ଧା ବଦଳି ହେବ । ବର୍ତ୍ତମାନ ଚାଳିଶି ପ୍ରତିଶତ ଆରଟିଓ ଇନଚାର୍ଜ ଦାୟିତ୍ଵରେ ଅଛନ୍ତି । କେବଳ ଏତିକି ନୁହେଁ ମଦ୍ୟପଙ୍କୁ ନେଇ ନୂଆ ମୋଟର ଯାନ ଆଇନରେ ଥିବା ନିୟମକୁ କୋହଳ କରାଯିବ ନାହିଁ । ଅନ୍ୟ ରାଜ୍ୟ କମାଉଥିବା ଜୋରିମାନା ସମ୍ପର୍କରେ ତଥ୍ୟ ସଂଗ୍ରହ ଚାଲିଛି । ତର୍ଜମା ପରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ଜୋରିମାନା କୋହଳ କରାଯିବ ବୋଲି ବିଭାଗୀୟ ମନ୍ତ୍ରୀ ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details