ଓଡିଶା

odisha

ETV Bharat / city

ପଞ୍ଚାୟତ ଓ ବ୍ଲକସ୍ତରରେ ଉଦ୍ୟୋଗୀ ସୃଷ୍ଟି ହିଁ ହେବ ସବୁଠାରୁ ବଡ ସଫଳତା: ଦକ୍ଷତା ବିକାଶ ମନ୍ତ୍ରୀ - ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପରିଦର୍ଶନ କଲେ ପ୍ରିତି ରଞ୍ଜନ ଘଡାଏ

ଖାରବେଳ ଭବନ ସ୍ଥିତ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପରିଦର୍ଶନ କଲେ ନବ ନିଯୁକ୍ତ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡାଇ । ଅଧିକ ପଢନ୍ତୁ

ପଞ୍ଚାୟତ ଓ ବ୍ଲକସ୍ତରରେ ଉଦ୍ୟୋଗୀ ସୃଷ୍ଟି ହିଁ ହେବ ସବୁଠାରୁ ବଡ ସଫଳତା: ଦକ୍ଷତା ବିକାଶ ମନ୍ତ୍ରୀ
ପଞ୍ଚାୟତ ଓ ବ୍ଲକସ୍ତରରେ ଉଦ୍ୟୋଗୀ ସୃଷ୍ଟି ହିଁ ହେବ ସବୁଠାରୁ ବଡ ସଫଳତା: ଦକ୍ଷତା ବିକାଶ ମନ୍ତ୍ରୀ

By

Published : Jun 8, 2022, 9:35 PM IST

ଭୁବନେଶ୍ବର: ନବ ନିଯୁକ୍ତ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡାଇ ଆଜି (ବୁଧବାର) ଖାରବେଳ ଭବନ ସ୍ଥିତ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପରିଦର୍ଶନ କରିଛନ୍ତି । ଏହି ଅବସରରେ ସେ ସମସ୍ତ ବରିଷ୍ଠ ଅଧିକାରୀ ଓ କର୍ମଚାରୀଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ବିଭାଗୀୟ ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା ତାଙ୍କୁ ବିଭାଗ ପକ୍ଷରୁ ସ୍ୱାଗତ କରିଛନ୍ତି । ବିଭାଗୀୟ ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ ମନ୍ତ୍ରୀଙ୍କ ସହ ଅଧିକାରୀମାନଙ୍କ ପରିଚୟ କରାଇଛନ୍ତି ସଚିବ ।

ପଞ୍ଚାୟତ ଓ ବ୍ଲକସ୍ତରରେ ଉଦ୍ୟୋଗୀ ସୃଷ୍ଟି ହିଁ ହେବ ସବୁଠାରୁ ବଡ ସଫଳତା: ଦକ୍ଷତା ବିକାଶ ମନ୍ତ୍ରୀ

ମନ୍ତ୍ରୀ କହିଛନ୍ତି ଯେ, ଆଜିର ପିଢି ନୂତନ ଯୁଗର ପ୍ରଯୁକ୍ତିବିଦ୍ୟାର ସମ୍ମୁଖୀନ ହେଉଛନ୍ତି । ସଂପ୍ରତି ଫିନ୍‌ଟେକ୍‌, ଏଜୁଟେକ୍‌ ଓ ଫୁଡ୍‌ଟେକ୍‌ କ୍ଷେତ୍ରରେ ଅଧିକ ନିଯୁକ୍ତିର ସୁଯୋଗ ରହିଛି । ଆମ ରାଜ୍ୟରେ ମଧ୍ୟ ଏହି ସବୁ କ୍ଷେତ୍ରରେ ସ୍କିଲିଂ ଦ୍ୱାରା ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ପଦକ୍ଷେପ ନେବାକୁ ହେବ । ସ୍କିଲ ହେଉଛି ଆଜିର ଆବଶ୍ୟକତା । ସ୍କିଲ ହିଁ କର୍ମନିଯୁକ୍ତି ଆଡକୁ ପଥ ପ୍ରସ୍ତୁତ କରିଥାଏ । ତେଣୁ ସ୍କିଲ ମାଧ୍ୟମରେ ପ୍ରତ୍ୟେକ ପଞ୍ଚାୟତ ଏବଂ ବ୍ଲକ ସ୍ତରରେ ଜଣେ ଜଣେ ଉଦ୍ୟୋଗୀ ସୃଷ୍ଟି କରିପାରିଲେ ତାହା ହିଁ ସବୁଠାରୁ ବଡ ସଫଳତା ହେବ ବୋଲି ମନ୍ତ୍ରୀ କହିଛନ୍ତି ।

ବିଭାଗୀୟ ପ୍ରମୁଖ ଶାସନ ସଚିବ, ବିଭାଗ ଅଧୀନସ୍ଥ ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ନିର୍ଦ୍ଦେଶାଳୟ, କର୍ମନିଯୁକ୍ତି ନିର୍ଦ୍ଦେଶାଳୟ, ରାଜ୍ୟ ବୈଷୟିକ ଶିକ୍ଷା ଓ ଧନ୍ଦାମୂଳକ ପ୍ରଶିକ୍ଷଣ ପରିଷଦ, ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ, ବିପିୟୁଟି, ଭିସୁଟ୍‌ ଓ ଓୟୁଟିଆର ବିଷୟରେ ମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି । ସେହିପରି ବିଭାଗ ଦ୍ୱାରା ପରିଚାଳିତ ଦୀର୍ଘମିଆଦୀ ଏବଂ ସ୍ୱଳ୍ପମିଆଦୀ ପ୍ରଶିକ୍ଷଣ ସହ ସୁଦକ୍ଷା ଯୋଜନା ବିଷୟରେ ମଧ୍ୟ ସମ୍ୟକ ସୂଚନା ଦେଇଛନ୍ତି ।

ୱାର୍ଲଡ଼ ସ୍କିଲ ସେଣ୍ଟର ବିଷୟରେ ସୂଚନା ଦେଇ ସଚିବ କହିଛନ୍ତି ଯେ, ଆଇଟିଆଇ ଏବଂ ପଲିଟେକନିକରୁ ଉତ୍ତୀର୍ଣ୍ଣ ହୋଇଥିବା ପ୍ରଶିକ୍ଷାର୍ଥୀଙ୍କ ପାଇଁ ଏହା ଏକ ଫିନିସିଙ୍ଗ ସ୍କୁଲ ଭାବରେ କାର୍ଯ୍ୟ କରୁଛି । ଭାରତ ସରକାର WACCକୁ ମଡେଲ ହିସାବରେ ନେଇଛନ୍ତି । ଯାହାଫଳରେ ସମାନ ଢାଞ୍ଚାର ସ୍କିଲ ଅନୁଷ୍ଠାନ ଗଢିତୋଳିବାକୁ ଅନ୍ୟ ରାଜ୍ୟମାନେ ଏହାର ପରିଦର୍ଶନରେ ଆସୁଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଜାତୀୟ ସ୍କିଲ ପ୍ରତିଯୋଗିତାରେ ରାଜ୍ୟ ସର୍ବଶେଷ୍ଠ ପ୍ରଦର୍ଶନ କରିଛି । ବିଶ୍ୱ ଦକ୍ଷତା ପ୍ରତିଯୋଗିତାରେ ଭାରତର ଏକମାତ୍ର ସ୍ୱର୍ଣ୍ଣ ଓଡିଶା ଆଣିଛି । ଓଡିଶାର ସ୍କିଲ ଗୁଣବତ୍ତା ସବୁଠାରୁ ଶ୍ରେଷ୍ଠ ବୋଲି ପ୍ରମାଣିତ କରିବା ପାଇଁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପଦକ ଜିତିବା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ । ନିକଟ ଅତୀତରେ ରାଜ୍ୟ ସରକାର ସରକାରୀ ବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କୁ ସରକାରୀ ଇଞ୍ଜିନିୟରିଂ ଏବଂ ମେଡିକାଲ ମହାବିଦ୍ୟାଳୟରେ ପଢିବା ପାଇଁ ୧୫% ସ୍ଥାନ ସଂରକ୍ଷଣ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ବିଭାଗୀୟ ଅତିରିକ୍ତ ସଚିବ ତପନ କୁମାର ଶତପଥି ଧନ୍ୟବାଦ ଅର୍ପଣ କରିଥିଲେ ।


ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details