ଓଡିଶା

odisha

ETV Bharat / city

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ କେଉଁ ବିଧାୟକ କେତେ ଦେଲେ ଜାଣନ୍ତୁ - Minister Mass Education Minister donated a month's salary to the Chief Minister's Relief Fund

Minister Mass Education Minister donated a month's salary to the Chief Minister's Relief Fund
ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଗୋଟିଏ ମାସର ଦରମା ଦାନ କଲେ ଗଣଶିକ୍ଷା ମନ୍ତ୍ରୀ

By

Published : Mar 24, 2020, 7:15 PM IST

Updated : Mar 24, 2020, 9:40 PM IST

18:48 March 24

ଭୁବନେଶ୍ବର: କରୋନା ସଂକ୍ରମଣକୁ ରୋକିବା ଓ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ନିଜର ୩ ମାସର ଦରମାକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରିଛନ୍ତି । ଏହା ସହ ଅନ୍ୟମାନେ ମଧ୍ୟ ସହଯୋଗ କରନ୍ତୁ ବୋଲି ଅପିଲ କରାଯାଇଥିଲା । 

ଏହାପରେ ବିଜେଡି ପକ୍ଷରୁ ମାର୍ଚ୍ଚ ୨୯ ତାରିଖ ସୁଦ୍ଧା ବିଜେଡିର ସମସ୍ତ ବିଧାୟକ ଓ ସାଂସଦମାନଙ୍କୁ ନିଜର ୩ ମାସର ଦରମାକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରିବାକୁ ଦଳର ବରିଷ୍ଠ ନେତା ତଥା ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସ ବର୍ମା ଅନୁରୋଧ କରିଥିଲେ । 

କରୋନା ଭୂତାଣୁ କୋଭିଡ୍‌-୧୯ ସଂକ୍ରମଣର ମୁକାବିଲା ପାଇଁ ଆଜି ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର ନିଜର ତିନିମାସର ଦରମା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରିଛନ୍ତି । ଏଥି ସହ ଜଳସଂପଦ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ, ସରକାରୀ ମୁଖ୍ୟ ସଚେତକ ଶ୍ରୀମତୀ ପ୍ରମିଳା ମଲ୍ଲିକଙ୍କ ସମେତ ବିଧାୟିକା ଲତିକା ପ୍ରଧାନ ଓ ସାବିତ୍ରୀ ଅଗ୍ରୱାଲ, ବିଧାୟକ ଅତନୁ ସବ୍ୟସାଚୀ ନାୟକ, ପ୍ରଶାନ୍ତ କୁମାର ଜଗଦ୍ଦେବ, ସୁଶାନ୍ତ କୁମାର ରାଉତ, ପ୍ରଣବ ପ୍ରକାଶ ଦାସ, ଦେବୀ ପ୍ରସାଦ ମିଶ୍ର, ଧ୍ରୁବ ଚରଣ ସାହୁ, ଭାଗୀରଥୀ ସେଠୀ, ଶଶିଭୂଷଣ ବେହେରା ଏବଂ ପ୍ରଶାନ୍ତ କୁମାର ମୁଦୁଲି ମଧ୍ୟ ନିଜର ତିନିମାସର ଦରମା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରିଛନ୍ତି ।

ଆଜି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ନିଜର ଏକ ମାସର ଦରମା ଦାନ କରିଛନ୍ତି । ମନ୍ତ୍ରୀ ତାଙ୍କର ମାସିକ ଦରମା ୩୮ ହଜାର ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଦେଇଥିବା ଜଣାଇଛନ୍ତି ।

ଏହି କ୍ରମରେ କୋରୋନା ମୁକାବିଲା ପାଇଁ ହାତପାଣ୍ଠି ଖୋଲିଲେ ପଞ୍ଚାୟତିରାଜ ଓ ପାନୀୟଜଳ, ଆଇନ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ନିଜ ନିର୍ବାଚନମଣ୍ଡଳୀର ନିଶ୍ଚିତକୋଇଲି ଓ ମାହାଙ୍ଗା ବ୍ଲକ ପାଇଁ ଦେଲେ ଏକ କୋଟି ଟଙ୍କା । ସେହିପରି ରାଜ୍ୟ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ନିଜର ତିନି ମାସର ଦରମା ପ୍ରଦାନ କରିଛନ୍ତି ।

କେବଳ ଏତିକି ନୁହେଁ ଏହା ସହ ସେ ଏହି ଦୁଃସମୟରେ ପ୍ରଭାବିତ ଲୋକଙ୍କୁ ସହାୟତାର ହାତ ବଢାଇବାକୁ ଯାଇ ଏହି ପାଣ୍ଠିକୁ ଦାନ କରିବା ପାଇଁ ସମସ୍ତଙ୍କୁ ନିବେଦନ ମଧ୍ୟ କରିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ତପନ ଦାଶ, ଇଟିଭି ଭାରତ

Last Updated : Mar 24, 2020, 9:40 PM IST

ABOUT THE AUTHOR

...view details