ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ରିପୋର୍ଟ ଦେଲେ ମନ୍ତ୍ରୀ । କାର୍ଯ୍ୟର ଯୋଗଦେବା ଦିନ ଠାରୁ କଣ କଣ ପଦକ୍ଷେପ ନେଇଛନ୍ତି ଆଉ କଣ କରିବାକୁ ଯୋଜନା କରିଛନ୍ତି, ସେ ନେଇ ସବୁ ମନ୍ତ୍ରୀ ଧାର୍ଯ୍ୟ ସମୟ ପୂର୍ବରୁ ରିପୋର୍ଟ ଦେଇଛନ୍ତି । ପ୍ରଥମେ ରିପୋର୍ଟ ଦେବାକୁ ଜୁଲାଇ 7କୁ କଣ୍ଟ ରହିଥିଲା । ହେଲେ ଯେହେତୁ 7 ତାରିଖ ରବିବାର ପଡୁଛି, ସେଥିପାଇଁ ଦିନଙ୍କ ଆଗରୁ ରିପୋର୍ଟ ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ ।
ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତି ମୁତାବକ ସବୁ ବିଭାଗ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ମାସକର ପ୍ରଦର୍ଶନକୁ ନେଇ କାହାକୁ କେତେ ମାର୍କ ଦେଉଛନ୍ତି ମୁଖିଆ, ତା ପରବର୍ତ୍ତୀ ସମୟରେ ସମୀକ୍ଷାବେଳେ ଜଣାପଡିବ ।