ଓଡିଶା

odisha

ETV Bharat / city

'ମୋ ସ୍କୁଲ କାର୍ଯ୍ୟକ୍ରମ'ରେ ପୋଷ୍ୟ ସ୍କୁଲ ଗ୍ରହଣ କଲେ ଶିକ୍ଷାମନ୍ତ୍ରୀ

ଆଜି(ସୋମବାର) ବିଦ୍ୟାଳୟ ଏବଂ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ମଧ୍ୟ ଦୁଇଟି ସ୍କୁଲକୁ ପୋଷ୍ୟ ଭାବରେ ଗ୍ରହଣ କରିଥିବା ନେଇ ମନ୍ତ୍ରୀ ସୂଚନା ଦେଇଛନ୍ତି ।

By

Published : Jan 25, 2021, 6:39 PM IST

ପୋଷ୍ୟ ସ୍କୁଲ ଗ୍ରହଣ କଲେ ଶିକ୍ଷାମନ୍ତ୍ରୀ
ପୋଷ୍ୟ ସ୍କୁଲ ଗ୍ରହଣ କଲେ ଶିକ୍ଷାମନ୍ତ୍ରୀ

ଭୁବନେଶ୍ବର: ସରକାରୀ ସ୍କୁଲକୁ ପୋଷ୍ୟ ସ୍କୁଲ ରୂପେ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଅପିଲ ପରେ ଆଗେଇ ଆସିଛନ୍ତି ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ । ଆଜି(ସୋମବାର) ଏହିକ୍ରମରେ ବିଦ୍ୟାଳୟ ଏବଂ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ମଧ୍ୟ ଦୁଇଟି ସ୍କୁଲକୁ ପୋଷ୍ୟ ଭାବରେ ଗ୍ରହଣ କରିଥିବା ନେଇ ମନ୍ତ୍ରୀ ସୂଚନା ଦେଇଛନ୍ତି ।

ପୁରୀ ଜିଲ୍ଲାର ନିମାପଡ଼ା ବ୍ଲକର ବିଷ୍ଣୁପୁର ନୋଡାଲ ଉଚ୍ଚ ବିଦ୍ୟାଳୟ ଏବଂ ଜେବିଆର ବାଳିକା ଉଚ୍ଚ ବିଦ୍ୟାଳୟକୁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ।

'ମୋ ସ୍କୁଲ କାର୍ଯ୍ୟକ୍ରମ'ରେ ସାମିଲ ହେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର 2 କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଓ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ସବୁ ସାଂସଦ ଓ ବିଧାୟକଙ୍କୁ ଚିଠି ଲେଖି ଅନୁରୋଧ କରିଥିଲେ । ଏହାଛଡା ହାଇକୋର୍ଟର ବିଚାରପତିମାନଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ଚିଠି ଲେଖିଛନ୍ତି ।

ତେବେ ସର୍ବାଧିକ 3ଟି ସରକାରୀ ସ୍କୁଲକୁ ପୋଷ୍ୟଭାବେ ଗ୍ରହଣ କରିବାକୁ ଚିଠିରେ ଲେଖିଥିବାବେଳେ ସମୀର ଦାଶ ଏହି କ୍ରମରେ 2ଟି ସ୍କୁଲକୁ ପୋଷ୍ୟ ସ୍କୁଲଭାବେ ଗ୍ରହଣ କରିଛନ୍ତି ।

ଭୁବନେଶ୍ବରରୁ ତପନ କୁମାର ଦାସ , ଇଟିଭି ଭାରତ

ABOUT THE AUTHOR

...view details