ରାୟଗଡା: ଖାଦ୍ୟ ଯୋଗାଣ ଓ ଖାଉଟୀ କଲ୍ୟାଣ ତଥା ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ରାୟଗଡା ଗସ୍ତ କରିଛନ୍ତି । ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିକାଶ ମୂଳକ କାର୍ଯ୍ୟକ୍ରମ ଗୁଡିକର ମନ୍ତ୍ରୀ ସମୀକ୍ଷା କରିଛନ୍ତି । ବୈଠକରେ ମୁଖ୍ୟତଃ ଜିଲ୍ଲାରେ ଚାଲିଥିବା ବିଭିନ୍ନ ବିଭାଗର ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ସ୍ୱାସ୍ଥ୍ୟ, ଶିକ୍ଷା, ସାମାଜିକ ସୁରକ୍ଷା, ଆଦିବାସୀ ଉନ୍ନୟନ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ବିଭାଗ ଉପରେ ଆଲୋଚନା କରିଛନ୍ତି ।
ସ୍ୱାସ୍ଥ୍ୟ ବିଭାଗ ଉପରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଲାଲ୍ ମୋହନ ରାଉତରାୟ ଜିଲ୍ଲାରେ ସ୍ୱାସ୍ଥ୍ୟ ବିଭାଗର ବିଭିନ୍ନ ସୁବିଧା ଅସୁବିଧା ଉପରେ ଉପସ୍ଥାପନା କରି ଖାଲି ପଡିଥିବା ପଦବୀ ଗୁଡିକର ପୂରଣ ପାଇଁ ଅନୁରୋଧ କରିଛନ୍ତି । ରାୟଗଡା ସ୍ୱାସ୍ଥ୍ୟ ବିଭାଗ ପୁରସ୍କାର ପାଇଥିବା କଥା ବୈଠକର ସୂଚନା ଦେଇଛନ୍ତି । ମନ୍ତ୍ରୀ କଲେରା ନିରାକରଣରେ ଜିଲ୍ଲାପାଳ ଓ ସ୍ୱାସ୍ଥ୍ୟ ବିଭାଗର କାର୍ଯ୍ୟକ୍ରମକୁ ପ୍ରଶଂସା କରିଛନ୍ତି । ଜିଲ୍ଲାରେ ଜନଜାତିଙ୍କ ବିକାଶ ନିମନ୍ତେ ଦିଆଯାଉଥିବା କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରାଯାଇଛି ।
ପ୍ରକଳ୍ପ ପ୍ରଶାସକ, ସମନ୍ନିତ ଆଦିବାସୀ ଉନ୍ନୟନ ସଂସ୍ଥା ତରଫରୁ ନିଆଯାଇଥିବା କାର୍ଯ୍ୟକ୍ରମ ସମ୍ପର୍କରେ ଉପସ୍ଥାପନ କରିଛନ୍ତି । ଜିଲ୍ଲା ମଙ୍ଗଳ ଅଧିକାରୀ ଜାତି ଓ ଜନଜାତି ଛାତ୍ରଛାତ୍ରୀ ନିମନ୍ତେ ବିଦ୍ୟାଳୟ ଗୁଡିକର ଅସୁବିଧା ସୁବିଧା ସମ୍ପର୍କରେ ଉପସ୍ଥାପନ କରିଛନ୍ତି । କେବଳ ମରାମତି ନକରି ନୂତନ ଘର ନିର୍ମାଣ ପାଇଁ ପ୍ରସ୍ତାବ ଦେବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ:କଟକର ବିଭିନ୍ନ ଅଞ୍ଚଳକୁ ସମ୍ପ୍ରସାରିତ ହେବ ମୋ ବସ୍ ସେବା