ଓଡିଶା

odisha

ETV Bharat / city

ଭିନ୍ନକ୍ଷମ ଯୌନ ଶୋଷଣ ପ୍ରସଙ୍ଗ, ତଦନ୍ତ ଚାଲିଛି କହିଲେ ମନ୍ତ୍ରୀ - ରାଜଧାନୀ ଦିବ୍ୟାଙ୍ଗ ଯୌନ ଶୋଷଣ

ରାଜଧାନୀରେ ଭିନ୍ନକ୍ଷମ ଯୌନ ଶୋଷଣ ପ୍ରସଙ୍ଗରେ ମୁହଁ ଖୋଲିଛନ୍ତ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା । ଅଧିକ ପଢନ୍ତୁ...

minister ashok panda
ଭିନ୍ନକ୍ଷମ ଦିବ୍ୟାଙ୍ଗ ଯୌନ ଶୋଷଣ ପ୍ରସଙ୍ଗ,ତଦନ୍ତ ଚାଲିଛି କହିଲେ ମନ୍ତ୍ରୀ

By

Published : Jan 25, 2021, 6:27 PM IST

ଭୁବନେଶ୍ବର: ଭିନ୍ନକ୍ଷମ ଯୌନ ଶୋଷଣ ପ୍ରସଙ୍ଗରେ ମୁହଁ ଖୋଲିଛନ୍ତ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା । ଏହି ଘଟଣାରେ ତଦନ୍ତ ଚାଲିଛି ବୋଲି କହିଛନ୍ତି ।

ରାଜଧାନୀରେ ଭିନ୍ନକ୍ଷମ ତାଲିମ କେନ୍ଦ୍ରରେ ଯୌନ ନିର୍ଯ୍ୟାତନା ଘଟଣାରେ ବିଭାଗୀୟ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ସଫେଇ ଦେଇଛନ୍ତି । ଗତ ଡିସେମ୍ବର ମାସ ୫ ତାରିଖରେ ଅନୁଷ୍ଠାନରେ ଯୌନ ଶୋଷଣ ନେଇ ଲିଖିତ ଅଭିଯୋଗ ହୋଇଥିଲା। ଡିସେମ୍ବର ୬ ତାରିଖରେ ସେହି ଅନୁଷ୍ଠାନ ଷ୍ଟାଇପେଣ୍ଡ ବନ୍ଦ ନେଇ ଲିଖିତ ଅଭିଯୋଗ ଆସିଥିଲା। ମୁଁ ଡିସେମ୍ବର ୭ ତାରିଖରେ ଘଟଣାର ତଦନ୍ତ କରିବାକୁ ଖୋର୍ଦ୍ଧା ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କୁ (ଡିଏସଏସଓ)ଙ୍କୁ ନିର୍ଦେଶ ଦେଇଥିଲି। ଗତ ଜାନୁୟାରୀ ୪ ତାରିଖରେ ସେହି ଅନୁଷ୍ଠାନକୁ ତଥ୍ୟ ଖୋର୍ଦ୍ଧା ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ମାଗିଛନ୍ତି । ଏହି ଘଟଣା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ପ୍ରଦାନ କରାଯାଇଛି।

ତେବେ ଗତ ନଭେମ୍ବର ମାସରେ ଭୁବନେଶ୍ବର ଏୟାରପୋର୍ଟ ଥାନାରେ ଯୌନ ଶୋଷଣ ଅଭିଯୋଗ ହୋଇଥିଲା। ତେଣୁ ଅପରାଧିକ ମାମଲାର ତଦନ୍ତ କରିବ ପୋଲିସ। ତଦନ୍ତରେ ବିଭାଗରୁ ଯିଏ ବି ଦୋଷୀ ପାଇବେ, ଆମେ ବିଭାଗୀୟ ପ୍ରୋସିଡିଙ୍ଗସ କରିବୁ। ସେ ଖୋର୍ଦ୍ଧା ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର କିରାଣୀ ବି ହୋଇଥିଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details