ଓଡିଶା

odisha

ETV Bharat / city

‘ଏକାମ୍ରକ୍ଷେତ୍ର ବିକାଶରେ ଅନ୍ତରାୟ ସୃଷ୍ଟି କରୁଛନ୍ତି କେନ୍ଦ୍ର ସରକାର’

ଏକାମ୍ରକ୍ଷେତ୍ର ବିକାଶରେ ଅନ୍ତରାୟ ସୃଷ୍ଟି କରୁଛନ୍ତି କେନ୍ଦ୍ର ସରକାର । ଏଭଳି ଆକ୍ଷେପ କରି ବାଇ-ଲ ପ୍ରତ୍ୟାହାର ଦାବି କରିଛନ୍ତି ବରିଷ୍ଠ ମନ୍ତ୍ରୀ ତଥା ଏକାମ୍ର ବିଧାୟକ ଅଶୋକ ପଣ୍ଡା । ଅଧିକ ପଢନ୍ତୁ...

ଅଶୋକ ପଣ୍ଡା
ଅଶୋକ ପଣ୍ଡା

By

Published : Feb 13, 2021, 7:33 AM IST

ଭୁବନେଶ୍ବର: ଅନନ୍ତବାସୁଦେବ ମନ୍ଦିର ପାଇଁ ପ୍ରସ୍ତାବିତ ବାଇ-ଲ ଏକାମ୍ର କ୍ଷେତ୍ର ଉନ୍ନତିରେ ବାଧକ ସାଜିବ । ସେହିପରି ବ୍ରହ୍ମେଶ୍ବର ମନ୍ଦିର ପାଇଁ ପ୍ରସ୍ତାବିତ ବାଇ-ଲ ମଧ୍ୟ ବିକାଶରେ ବାଧକ ସୃଷ୍ଟି କରିବାକୁ ଥିବାରୁ ଏହାକୁ ତୁରନ୍ତ ପ୍ରତ୍ୟାହାର କରିବାକୁ କହିଛନ୍ତି ବରିଷ୍ଠ ମନ୍ତ୍ରୀ ତଥା ଏକାମ୍ର ବିଧାୟକ ଅଶୋକ ପଣ୍ଡା ।

‘ଏକାମ୍ରକ୍ଷେତ୍ର ବିକାଶରେ ଅନ୍ତରାୟ ସୃଷ୍ଟି କରୁଛନ୍ତି କେନ୍ଦ୍ର ସରକାର’

ରାଜ୍ୟ ସରକାର ଏକାମ୍ରକ୍ଷେତ୍ର ପାଇଁ ସ୍ବତନ୍ତ୍ର ଅଧ୍ୟାଦେଶ ଆଣିଛନ୍ତି ହେଲେ କେନ୍ଦ୍ର ସରକାର ଏଥିରେ ବାଧା ସୃଷ୍ଟି କରୁଛନ୍ତି । ଯାହା ଅତ୍ୟନ୍ତ ନିନ୍ଦନୀୟ । ଲିଙ୍ଗରାଜ ମନ୍ଦିରର ପାରିପାର୍ଶ୍ବିକ ଉନ୍ନତି ପାଇଁ କେନ୍ଦ୍ର ପ୍ରତ୍ନତତ୍ତ୍ବ ବିଭାଗ ଟାଳଟୁଳ ନୀତି ଅବଲମ୍ବନ କରୁଛି । ତୁରନ୍ତ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଏଭଳି ସମ୍ବେଦନଶୀଳ ନିୟମକୁ ପ୍ରତ୍ୟାହାର କରନ୍ତୁ ନଚେତ ଆଗାମୀ ଦିନରେ ବିରୋଧ ଜୋରଦାର ହେବ ବୋଲି ଚରମ ବାଣୀ ଶୁଣାଇଛନ୍ତି ଅଶୋକ ପଣ୍ଡା ।

ସେହିପରି ଏକାମ୍ରକ୍ଷେତ୍ରର ବିକାଶ କ୍ଷେତ୍ରରେ ସ୍ଥାନୀୟ ସାଂସଦ କାହିଁକି ଚୁପ ବସିଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । ସେପଟେ ଏହାକୁ ପ୍ରତ୍ୟାହାର ଦାବିରେ ଶୁକ୍ରବାର ଭୁବନେଶ୍ବର ଲିଙ୍ଗରାଜ ମନ୍ଦିର ସମ୍ମୁଖରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ,ସ୍ଥାନୀୟ ବାସିନ୍ଦା ଏବଂ ବିଭିନ୍ନ ନିଯୋଗର ପ୍ରତିନିଧି ଦୀପଦାନ କରିଥିବା ଦେଖିବାକୁ ମିଳିଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details