ଓଡିଶା

odisha

ମୁଁ ମୋ କାର୍ଯ୍ୟ କରୁଛି, ସାଂସଦ ତାଙ୍କ ଦାୟିତ୍ୱ ତୁଲାନ୍ତୁ: ଅଶୋକ

ଲିଙ୍ଗରାଜ ଅଧ୍ୟାଦେଶ ବିବାଦ ପ୍ରସଙ୍ଗରେ ଟଣାଓଟରା ଆରମ୍ଭ ହୋଇଛି । ପ୍ରସଙ୍ଗରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ଟାଣିଛନ୍ତି ମନ୍ତ୍ରୀ ତଥା ଏକାମ୍ର ବିଧାୟକ ଅଶୋକ ପଣ୍ଡା । ବିଧାୟକ ହିସାବରେ ମୁଁ ମୋ କାର୍ଯ୍ୟ କରୁଛି, ସାଂସଦ ତାଙ୍କ ଦାୟିତ୍ବ ତୁଲାନ୍ତୁ ବୋଲି ଅଶୋକ କହିଛନ୍ତି । ଅଧିକ ପଢନ୍ତୁ

By

Published : Apr 6, 2022, 8:06 PM IST

Published : Apr 6, 2022, 8:06 PM IST

ମୁଁ ମୋ କାର୍ଯ୍ୟ କରୁଛି, ସାଂସଦ ତାଙ୍କ ଦାଇତ୍ୱ ତୁଳାନ୍ତୁ: ଅଶୋକ
ମୁଁ ମୋ କାର୍ଯ୍ୟ କରୁଛି, ସାଂସଦ ତାଙ୍କ ଦାଇତ୍ୱ ତୁଳାନ୍ତୁ: ଅଶୋକ

ଭୁବନେଶ୍ବର: ଲିଙ୍ଗରାଜ ଅଧ୍ୟାଦେଶ ବିବାଦ ପ୍ରସଙ୍ଗରେ ଟଣାଓଟରା ଆରମ୍ଭ ହୋଇଛି । ପ୍ରସଙ୍ଗରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ଟାଣିଛନ୍ତି ମନ୍ତ୍ରୀ ତଥା ଏକାମ୍ର ବିଧାୟକ ଅଶୋକ ପଣ୍ଡା । ବିଧାୟକ ହିସାବରେ ମୁଁ ମୋ କାର୍ଯ୍ୟ କରୁଛି, ସାଂସଦ ତାଙ୍କ ଦାୟିତ୍ୱ ତୁଲାନ୍ତୁ ବୋଲି ଅଶୋକ କହିଛନ୍ତି ।

ମୁଁ ମୋ କାର୍ଯ୍ୟ କରୁଛି, ସାଂସଦ ତାଙ୍କ ଦାୟିତ୍ୱ ତୁଲାନ୍ତୁ

ମନ୍ତ୍ରୀ ଅଶୋକ ପଣ୍ଡାଙ୍କ କହିଛନ୍ତି ଯେ, ରାଜ୍ୟ ସରକାର ଶ୍ରଦ୍ଧାଳୁଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏକାମ୍ର କ୍ଷେତ୍ରର ବିକାଶ କାର୍ଯ୍ୟ କରୁଛନ୍ତି । କାଶୀ, କେଦାରନାଥ, ସୋମନାଥ ପରି ଲିଙ୍ଗରାଜଙ୍କ କ୍ଷେତ୍ରରେ ବିକାଶ ମାପକାଠି ହେଉ । ଠାକୁରଙ୍କ ଭିତରେ ବାଛବିଚାର କରାନଯାଉ ବୋଲି ସେ ଅନୁରୋଧ କରିଛନ୍ତି । ଲିଙ୍ଗରାଜ ପ୍ରସଙ୍ଗରେ ଭୁବନେଶ୍ବର ସାଂସଦ ଭୂମିକା ଓ ଦାୟିତ୍ବ ଚେତାଇବା ମୋର ଆବଶ୍ୟକତା ନାହିଁ ।

ସେ ଉଚ୍ଚଶିକ୍ଷିତ ଓ ସଚେତନଶୀଳ । ସେ ତାଙ୍କ ଦାୟିତ୍ବ ବୁଝନ୍ତୁ । ମୁଁ ମୋର ବିଧାୟକ ଦାୟିତ୍ବ ନିର୍ବାହ କରୁଛି । ସେ କଣ କରିବେ ତାଙ୍କୁ ବୁଝାଇବା ମୋର ଆବଶ୍ୟକତା ନାହିଁ । ଯେଉଁ ଜନସାଧାରଣ ତାଙ୍କ ସପକ୍ଷରେ ରାୟ ଦେଇଛନ୍ତି, ସେହି ଜନାଦେଶକୁ ସମ୍ମାନ ଜଣାଇ ସାଂସଦ ତାଙ୍କ କର୍ତ୍ତବ୍ୟ କରନ୍ତୁ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details