ଭୁବନେଶ୍ବର: ଚାଷୀଙ୍କୁ ଭିଡିଓ କଲ୍ କଲେ କୃଷିମନ୍ତ୍ରୀ ଅରୁଣ ସାହୁ । ମନ କଥା ପଚାରି ବୁଝିବା ସହ ଚାଷ ସମ୍ବନ୍ଧୀୟ ନାନା କଥା ହୋଇଛନ୍ତି ଅରୁଣ । ଗୁରୁବାର କଟକ ଜିଲ୍ଲା କୁରାଙ୍ଗ ଶାସନ ପଞ୍ଚାୟତ ଗଙ୍ଗେଶ୍ବର ଗାଁର ଚାଷୀ ପ୍ରତାପ ରୁଦ୍ର ଭୋଇଙ୍କୁ ଅଚାନକ ଆସିଥିଲା ମନ୍ତ୍ରୀଙ୍କ ଭିଡିଓ କଲ୍ । ଧାନ ରୁଆ ଠାରୁ ଆରମ୍ଭ କରି ଫସଲ କାଟିବା ପର୍ଯ୍ୟନ୍ତ ନାନା କଥା ପଚାରି ବୁଝିଥିଲେ ।
ଚାଷୀଙ୍କୁ ଭିଡିଓ କଲ: କଥା ହେଲେ, ସମସ୍ୟା ପଚାରି ବୁଝିଲେ... - arun talk with farmer
ଚାଷୀଙ୍କ ସହ ଭିଡିଓ କଲ୍ କରି କଥା ହେଲେ କୃଷିମନ୍ତ୍ରୀ ଅରୁଣ ସାହୁ । ଅଧିକ ପଢନ୍ତୁ...

କଥା ହେଲେ ସମସ୍ୟା ପଚାରି ବୁଝିଲେ...
କଥା ହେଲେ ସମସ୍ୟା ପଚାରି ବୁଝିଲେ...
ଧାନ, ମୁଗ, ବିରି ଭଳି ନାନା ଫସଲ ସମ୍ପର୍କରେ ପଚାରି ବୁଝିଥିଲେ । ପ୍ରତାପ ମଧ୍ୟ ଚାଷ ସମ୍ବନ୍ଧୀୟ ସମସ୍ତ ତଥ୍ୟ ଦେଇଥିଲେ ମନ୍ତ୍ରୀଙ୍କୁ । ପଞ୍ଚମ ପାଳିରେ ବିଜେଡି ସରକାରକୁ ଆସିଲା ପରେ ରାଜ୍ୟ ସରକାର ପ୍ରଶାସନିକ କ୍ଷେତ୍ରରେ ତ୍ବରାନ୍ବିତ କରିବାକୁ ଚାହୁଁଛନ୍ତି । ଲୋକଙ୍କ ପାଖରେ ସରକାର କିଭଳି ଭାବେ ସିଧାସଳଖ ପହଁଚିବେ ଓ ଲୋକଙ୍କ ସମସ୍ୟା ସମାଧାନ ହେବ, ସେ ନେଇ ‘ମୋ ସରକାର’ ଓ ‘5ଟି’ କାର୍ଯ୍ୟକ୍ରମ ଜାରି ରହିଛି । ଆଗକୁ ସବୁ ବିଭାଗରେ ଲାଗୁ ହେବ ‘5ଟି’ । ତେବେ ଏ କ୍ଷେତ୍ରରେ କୃଷିମନ୍ତ୍ରୀ ଆଉ ପାଦେ ଆଗକୁ ଯାଇଥିବା ଚର୍ଚ୍ଚା ଜୋର ଧରିଛି ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ