ଓଡିଶା

odisha

ETV Bharat / city

Odisha Assembly: ରାଜ୍ୟରେ ଅଛନ୍ତି କେତେ ବାଂଲାଦେଶୀ ଅନୁପ୍ରବେଶକାରୀ ? - minister answers how many Bangladeshi infiltrators living in odisha

ରାଜ୍ୟରେ କେତେ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀ ରହିଛନ୍ତି? ସେମାନଙ୍କ ବିରୋଧରେ କଣ କାର୍ଯ୍ୟାନୁଷ୍ଠାନ ସରକାର ଗ୍ରହଣ କରିଛନ୍ତି? ଅନୁପ୍ରବେଶକାରୀ ମାନେ କେଉଁ କେଉଁ ଜିଲ୍ଲାରେ ଅଛନ୍ତି । ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ ।

OdishaAssembly
OdishaAssembly

By

Published : Jul 4, 2022, 9:00 PM IST

ଭୁବନେଶ୍ବର: ରାଜ୍ୟରେ କେତେ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀ ରହିଛନ୍ତି ? ସେମାନଙ୍କ ବିରୋଧରେ କଣ କାର୍ଯ୍ୟାନୁଷ୍ଠାନ ସରକାର ଗ୍ରହଣ କରିଛନ୍ତି? ଅନୁପ୍ରବେଶକାରୀ ମାନେ କେଉଁ କେଉଁ ଜିଲ୍ଲାରେ ଅଛନ୍ତି । ଆଜି ବିଧାନସଭା ଶୂନ୍ୟକାଳରେ ଏହି ପ୍ରଶ୍ନ ପଚାରି ମନ୍ତ୍ରୀଙ୍କ ଠାରୁ ଜବାବ ମାଗିଥିଲେ କଂଗ୍ରେସର ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତି ।

ଉତ୍ତର ଦେଇ ଗୃହରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି ରାଜ୍ୟରେ 3 ହଜାର 740 ବାଲାଂଦେଶୀ ଅନୁପ୍ରବେଶକାରୀ ଥିବା କହିଛନ୍ତି । ଅନୁପ୍ରବେଶକାରୀଙ୍କୁ ଚିହ୍ନଟ ପାଇଁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଆସିଛି ।

ଅନୁପ୍ରବେଶକାରୀ ମାନେ ରାଜ୍ୟର ବରଗଡ, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ମାଲକାନଗିରି, ନବରଙ୍ଗପୁର ଓ ଭୁବନେଶ୍ୱରରେ ରହୁଛନ୍ତି । ଅନୁପ୍ରବେଶକାରୀଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା 1 ହଜାର 711 ଜଣଙ୍କୁ ଦେଶାନ୍ତର (ଦେଶ ଛାଡିବାକୁ) ନୋଟିସ ହୋଇଥିବା ମନ୍ତ୍ରୀ ବିଧାନସଭାରେ କହିଛନ୍ତି । ଏହାବାଦ ବର୍ତ୍ତମାନ ସୁଦ୍ଧା 21 ଅନୁ୍ପ୍ରବେଶକାରୀଙ୍କୁ ଦେଶାନ୍ତର କରାଯାଇଥିବା ମନ୍ତ୍ରୀ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details