ଭୁବନେଶ୍ବର: ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିଛନ୍ତି ଶକ୍ତି ମନ୍ତ୍ରୀ, ପର୍ଯ୍ୟଟନ ମନ୍ତ୍ରୀ ଓ ବିଜେଡି ସାଂଗଠନିକ ସମ୍ପାଦକ । ବାଲେଶ୍ବର ବଳରାମଗଡ଼ିରେ ଶକ୍ତିମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ସହ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ପ୍ରଶାସନ ପକ୍ଷରୁ ପୁନରୁଦ୍ଧାର ଲାଗି ଚାଲିଥିବା କାର୍ଯ୍ୟର ତଦାରଖ କରିଛନ୍ତି 3 ନେତା ।
ବାତ୍ୟା ଯାଇଛି କିନ୍ତୁ ଲୋକଙ୍କ ଦୁର୍ଦ୍ଦଶା ବଢିଯାଇଛି । ବାତ୍ୟାର ଅନେକ ଲୋକଙ୍କ ଘର ଭାଙ୍ଗିଥିବାବେଳେ ସର୍ବସ୍ବ ନିଶ୍ଚିହ୍ନ କରିଛି ଜୁଆର । ବାତ୍ୟାର ପ୍ରଭାବ କମିବା ପରେ ଚାନ୍ଦିପୁର ଓ ବଳରାମଗଡି ଅଞ୍ଚଳ ପରିଦର୍ଶନ କରିଛନ୍ତି ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିଛନ୍ତି ଶକ୍ତି ମନ୍ତ୍ରୀ, ପର୍ଯ୍ୟଟନ ମନ୍ତ୍ରୀ ଓ ବିଜେଡି ସାଂଗଠନିକ ସମ୍ପାଦକ ।