ଭୁବନେଶ୍ବର:ରାଜ୍ୟରେ ଖଣି ମାମଲାକୁ ନେଇ ରାଜ୍ୟ ବିଜେପି ଆଣିଥିବା ଅଭିଯୋଗକୁ ସମର୍ଥନ କରିଛି କଂଗ୍ରେସ । ଏ ନେଇ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ । ନବୀନ ସରକାର ଖଣି ଦୁର୍ନୀତିରେ ସଂପୃକ୍ତ ବୋଲି କଂଗ୍ରେସ କହିଛି ।
ଖଣି ମାମଲାରେ ବିଜେପି ଯେଉଁ ଅଭିଯୋଗ କରିଛି, ତାହା ସଂପୂର୍ଣ୍ଣ ସତ ବୋଲି କହିଛନ୍ତି ସୁର ରାଉତରାୟ । ଖଣି ପ୍ରଦାନରେ ରାଜ୍ୟ ସରକାର ବ୍ୟାପକ ଅନିୟମିତତା କରିଛନ୍ତି । ତେଣୁ ଏହାର ନ୍ୟାୟିକ ଦଦନ୍ତ ହେଉ । ଯେଉଁମାନେ ଅନିୟମିତତା କରିଛନ୍ତି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ । ଲିଜ ଧାରୀ ଲିଜ୍ ଏରିଆ ଠାରୁ ଅଧିକ ଖୋଳିଛନ୍ତି । ନବୀନ ସରକାର ଖଣି ଦୁର୍ନୀତିରେ ସଂପୃକ୍ତ ବୋଲି କଂଗ୍ରେସ କହିଛି । ଏ ନେଇ ତଦନ୍ତ ହେଲେ ପ୍ରକୃତ ସତ ସାମ୍ନାକୁ ଆସିବ ବୋଲି ସୁର କହିଛନ୍ତି ।